ହୋଲିରେ ଜାପାନୀ ମହିଳାଙ୍କ ସହ ଦୁଃବ୍ୟବହାର, ୩ ଗିରଫ

ନୂଆଦିଲ୍ଲୀ: ହୋଲି ଅବସରରେ ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସେଥିମଧ୍ୟରୁ ଦିଲ୍ଲୀର ଏକ ଭିଡିଓ ସବୁଠୁ ଅଧିକ ଭାଇରାଲ ହେଉଛି ଯେଉଁଥିରେ କିଛି ଯୁବକ ଜଣେ ଜାପାନୀ ମହିଳାଙ୍କୁ ରଙ୍ଗ ଲଗାଉଛନ୍ତି । ହୋଲି ଖେଳ ବାହାନରେ ଯୁବକମାନେ ମହିଳାଙ୍କୁ ଦୁଃବ୍ୟବହାର କରିଥିବା ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି । ଭିଡିଓ ଭାଇରାଲ ହେବା ପରେ ଦିଲ୍ଲୀ ପୁଲିସ ଆକ୍ସନ ମୋଡରେ ରହିଛି । ପୁଲିସ ବର୍ତ୍ତମାନ ସୁଦ୍ଧା ଜଣେ ନାବାଳକ ସହ ୩ଜଣଙ୍କୁ ଗିରଫ କରିଛି । ଉକ୍ତ ଘଟଣା ପରେ ଜାପାନୀ ମହିଳା ଭାରତ ଛାଡ଼ି ଦେଇଛନ୍ତି ।

ଭାଇରାଲ ଭିଡିଓରେ ମହିଳାଙ୍କ ମୁଣ୍ଡରେ ଅଣ୍ଡା ଭଙ୍ଗାଯାଇଛି । ମହିଳା ଜଣକ ଅସହଜ ଅନୁଭବ କରିବା ସହ ତାଙ୍କ ଡ୍ରେସ ଚିରି ଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ଘଟଣା ସମ୍ବନ୍ଧରେ ନିଜେ ମହିଳା ଜଣକ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି ।