ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଡାକରାକୁ ଝାରସୁଗୁଡାବାସୀଙ୍କ ଅଭୁତପୂର୍ବ ସମର୍ଥନ, ଗାଁଠୁ ସହର ସବୁ ବନ୍ଦ

ଝାରସୁଗୁଡ଼ା ଓ ବ୍ରଜରାଜନଗରରେ ୨୯ ତାରିଖ ପର୍ଯ୍ୟନ୍ତ ଲକଡାଉନ୍

ଝାରସୁଗୁଡା,ଏନ୍ଏନ୍ଏସ୍: କରୋନାର ମୁକାବିଲା କରି ଦେଶକୁ ଏହାର କବଳରୁ ରକ୍ଷା କରିବା ପାଇଁ ପ୍ରଧାନ ମନ୍ତ୍ରୀ ଦେଇଥିବା ଜନତା କର୍ଫ୍ୟୁ ଡାକରାକୁ ରବିବାର ଝାରସୁଗୁଡାବାସୀ ସଫଳତାର ସହ ପାଳନ କରିଛନ୍ତି। ଗାଁ ଠୁ ସହର ସବୁ ସ୍ଥାନରେ ଆଜି ଜନତା କର୍ଫ୍ୟୁକୁ ଲୋକେ ପାଳନ କରି ନିଜ ନିଜ ଘରେ ରହିଛନ୍ତି। ଭୋରରେ କାଁ ଭାଁ ଲୋକ ଜରୁରୀ କାମରେ ବାହାରିଥିବା ବେଳେ ସକାଳ ୮ ଟା ପରେ ସହର, ଗାଁ, ଦୋକାନ ବଜାର, ରାସ୍ତାଘାଟ ସବୁ ଶୁନ ଶାନ ହୋଇ ପଡିଥିଲା। ବସ୍, ଟ୍ରକ, ଟ୍ୟାକ୍ସି ପରି ଯାନବାହନ ଆଦି ଚଳାଚଳ ବନ୍ଦ ଥିବାବେଳେ ରେଳ ଷ୍ଟେସନ ମଧ୍ୟ ସମ୍ପୂର୍ଣ୍ଣ ଖାଲି ରହିଥିଲା। ରବିବାର ସକାଳେ କେବଳ ଗୋଟିଏ ଦୁଇଟି ଟ୍ରେନ୍ କୁ ଛାଡ଼ି ଦେଲେ ପ୍ରାୟ ସବୁ ଟ୍ରେନ୍ ବନ୍ଦ ରହିଥିଲା। ଝାରସୁଗୁଡା ବିମାନ ବନ୍ଦରୁ ମଧ୍ୟ ରାୟପୁର ଓ ଭୁବନେଶ୍ୱରକୁ ଅଳ୍ପ ସଂଖ୍ୟକ ଯାତ୍ରୀ ଯାତ୍ରା କରିଥିବାବେଳେ ଦିଲ୍ଲୀ- ଝାରସୁଗୁଡ଼ା ବିମାନ ବାତିଲ କରାଯାଇଥିଲା। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନତା କର୍ଫ୍ୟୁ ଡାକରାକୁ ଅଭୁତପୂର୍ବ ସମର୍ଥନ ଜଣାଇ ଝାରସୁଗୁଡାସ୍ଥିତ ବିଭିନ୍ନ ଖଣି ଓ କଳକାରଖାନା ମଧ୍ୟ ରବିବାର ବନ୍ଦ ରହିଥିଲା।

ଅନ୍ୟପଟେ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲା ଓ ସହରକୁ ଗତ ଶନିବାର ଲକଡାଉନ ଘୋଷଣା କରିଛନ୍ତି। ଏଥିରେ ଝାରସୁଗୁଡ଼ା ସହରର ନା ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରଜରାଜନଗର ସହରକୁ ମଧ୍ୟ ତାଲାବନ୍ଦ ଘୋଷଣା କରାଯାଇଛି। ଏହି ଦୁଇଟି ସହର ଆସନ୍ତା ୨୯ ତାରିଖ ରାତି ୯ ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମ ଜାରି କରାଯାଇଛି। ଲକଡାଉ ସମୟରେ ଲୋକଙ୍କୁ ଘରେ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଅତ୍ୟନ୍ତ ଜରୁରୀ କାର୍ଯ୍ୟ ନ ହେଲେ ଘରୁ ବାହାରିବାକୁ ବାରଣ କରାଯାଇଛି। ଆଜି ଔଷଧ, ଅତ୍ୟାବଶ୍ୟକୀୟ ସାମଗ୍ରୀ, ତେଜରାତି ସାମଗ୍ରୀ, ମାଛ, ମାଂସ, ଅଣ୍ଡା, କୁକୁଡ଼ା, ପନିପରିବା, ପେଟ୍ରୋଲ, ଗ୍ୟାସ୍ ପ୍ରଭୃତି ଦୋକାନ ଖୋଲା ରହିଥିବାବେଳେ ଅନ୍ୟାନ୍ୟ ଦୋକାନ ବଜାର ବନ୍ଦ ରହିଛି। ତେବେ ଜନତା କର୍ଫ୍ୟୁ ଓ ଲକଡାଉନ ଜାରି ସ୍େୱ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନାବଶ୍ୟକ ଭାବରେ ବୁଲୁଥିବା ଲୋକଙ୍କୁ ବିଭିନ୍ନ ଛକରେ ପୁଲିସ ଅଟକାଇ ବାରଣ କରିବା ସରକାରୀ ନିର୍ଦ୍ଦେଶକୁ ପାଳନ କରିବା ସହ କରୋନା ମୁକାବିଲାରେ ସାହଯ୍ୟ କରିବା ପାଇଁ ସଚେତନ କରାଯାଇଛି।

ଜିଲ୍ଲାପାଳ ଶ୍ରୀ ସାମଲଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ, ଉପଜିଲ୍ଲାପାଳ ଶିବ ଟପ୍ପୋ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନ ବିଭିନ୍ନ ରାସ୍ତା ଓ ଛକରେ ରହି ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦେଇଥିଲେ। ଏହାସହ ବଡମାଲ ଥାନା ଅଧିନସ୍ତ ଟିଭିଏସ ସୋରୁମ ପାଖରେ ଥିବା ଆମାଜୋନର ଡିଷ୍ଟ୍ରିବ୍ୟୁସନ ସରେ ଉପରେ ଝାରସୁଗୁଡା ଅତିରିକ୍ତ ତହସିଲଦାର ଗୋଲକ ବିହାରି ମଙ୍ଗରାଜ ଓ ବଡମାଲ ଥାନା ଅଧିକାରୀ ଅମିତାଭ ପଣ୍ଡା ଚଢାଉ କରି ୩୧ ତାରିଖ ପର୍ଯ୍ୟନ୍ତ କୌଣସି ସାମଗ୍ରୀ ବନ ନ କରିବା ପାଇଁ କହିଛନ୍ତି।

ସେହିପରି ଜିଲ୍ଲାରେ କରୋନା ସହ ସଫଳ ମୁକାବିଲା ତଥା ଖଣି, କଳକାରଖାନ, ରୋଳବାଇରେ ଜନ ଗହଳି କମ କରିବା ପାଇଁ ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରିଯାଇଛି। ଏଥିରେ ଉପରୋକ୍ତ ସ୍ଥାନରେ କାମ କରୁଥିବା ଗ୍ରୁପ ସି ଓ ଗ୍ରୁପ ଡି କର୍ମଚାରୀମାନଙ୍କୁ ୫୦ ପ୍ରତିଶତ ଲେଖାଏଁ ଭାଗ କରି ୨୧ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ୫୦ ପ୍ରତିଶତ ଓ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ୫୦ ପ୍ରତିଶତ ଉପସ୍ଥିତିରେ କାମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏହାସହ ଝାରସୁଗୁଡ଼ା, ବ୍ରଜରାଜନଗର ଏବଂ ବେଲପାହାଡ଼ ସହରାଂଚଳରେ ସୋମବାର, ବୁଧବାର ଏବଂ ଶୁକ୍ରବାର ଯୁଗ୍ମ ନମ୍ବର ବିଶିଷ୍ଟ ଯାନ ଚଳାଚଳ ଓ ମଙ୍ଗଳବଜାର, ଗୁରୁବାର ଏବଂ ଶନିବାର ଅଯୁଗ୍ମ ନମ୍ବର ବଶିଷ୍ଟ ଯାନବାହାନ ଚଳାଚଳ ତଥା ରବିବାର ଦିନ ଅଟୋରିକ୍ସା, ଟ୍ୟାକ୍ସି ଆଦି ଯାନବାହାନ ଚଳାଚଳ ବନ୍ଦ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ଥାଇ ଚିକିତ୍ସା ଲାଗି ଯାଉଥିବା କ୍ଷେତ୍ରରେ ଯାନବାହାନକୁ ଏଥିରୁ ବାଦ୍ ଦିଆ ଯାଇଛି। ସେହପରି ଜିଲ୍ଲାର ସମସ୍ତ ରେଷ୍ଟୁରାଂଟ୍, ବାର୍, କଫି ସପ୍, କ୍ୟାଂଟିନ ଏବଂ ରାସ୍ତାକଡ଼ର ଖାଦ୍ୟ ଦୋକାନ ସବୁ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଯେଉଁ ହୋଟେଲ ଭିତରେ ରେଷ୍ଟୁରାଂଟ ରହିଛି ସେମାନେ ସାମାଜିକ ଦୂରତା ରକ୍ଷା କରି କ୍ୟାଂଟିନ ଚଳାଇ ପାରିବେ। ବିରୁଦ୍ଧାଚରଣ ହେଲେ ଟ୍ରେଡ ଲାଇସନ୍ସ ରଦ୍ଦ କରାଯିବ ବୋଲି ଚେତାବନୀ ଦିଆ ଯାଇଛି।

ସେହିପରି ଜିଲ୍ଲାର ବିଭିନ୍ନ ଧର୍ମ ନୁଷ୍ଠାନଗୁଡିକରେ ସମୁହ ପ୍ରାର୍ଥନା, ଧାର୍ମିକ ତଥା ପୂଜା ଆଦି କାର୍ଯ୍ୟରେ ଜନ ସମାଗମକୁ ବାରଣ କରାଯାଇଛି।