ଦେବଗଡ଼ରେ ଜନତା କର୍ଫ୍ୟୁ ପ୍ରଭାବ: ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତେ ସାମିଲ ହେଲେ ଜିଲ୍ଲା By Nitidin Last updated Mar 22, 2020 Share ଦେବଗଡ଼,ଏନ୍ଏନ୍ଏସ୍: ବିଶ୍ୱ ବ୍ୟାପୀ କରୋନା ଭୂତାଣୁ ସଂକ୍ରମଣ ରୋକିବା ନେଇ ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଆହ୍ୱାନ ପରେ ଆଜି ଦେବଗଡ଼ ଜିଲ୍ଲାରେ ଏହାର ପ୍ରଭାବ ପ୍ରତିଫଳିତ ହୋଇଛି। ଆଜି ସକାଳୁ ଦେବଗଡ଼ ଜିଲ୍ଲା ମହକୁମା ସମେତ ବିଭିନ୍ନ ଗ୍ରାମଗୁଡିକରେ ଜନସାଧାରଣ ସ୍ୱତଃ ପ୍ରବୃତ ଭାବେ ନିଜକୁ ନିଜ ଘରେ ଆବଦ୍ଧ କରି ଘରୁ ବାହାରକୁ ବାହାରି ନାହାନ୍ତି। ସେହିପରି ଦୋକାନ ବଜାର ବନ୍ଦ ରହିଥିବା ସହ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଛି। କେବଳ ଜରୁରୀ କାର୍ଯ୍ୟ ଥିବା ବ୍ୟକ୍ତିଙ୍କୁ ରାସ୍ତାରେ ଦେଖିବାକୁ ମିଳିଥିବା ବେଳେ ଔଷଧ ଦୋକାନ, କ୍ଷୀର ଦୋକାନ ଆଦି ଖୋଲା ରହିଛି। ପୂର୍ବରୁ ଆଜି ଜନତା କର୍ଫ୍ୟୁ ଘୋଷଣା ହୋଇଥିବାରୁ ଜନ ସାଧାରଣ ଆବଶ୍ୟକ ସାମଗ୍ରୀ ଗଚ୍ଛିତ ରଖିଥିବା ଦେଖିବାକୁ ମିଳିଛି। ଆଜିର ଜନତା କର୍ଫ୍ୟୁରେ ଦଳ ମତ ସମସ୍ତେ ସ୍ୱତଃ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ଦେଶର କୌଣସି ଜରୁରୀକାଳୀନ ସ୍ଥିତିରେ ଧର୍ମ, ଜାତି, ବର୍ଣ୍ଣ ସମସ୍ତଙ୍କ ଠାରୁ ଊର୍ଦ୍ଧ୍ବରେ ଦଳୀୟ ଭାବନା ଠାରୁ ଦୁରେଇ ଦେଶର ଜନ ସାଧାରଣ ନିଜକୁ ଦେଶର ହୀତ ପାଇଁ ନିଜକୁ ସାମିଲ କରିବା ପୁଣିଥରେ ପ୍ରମାଣିତ କରିବା ଭାରତର ବିୟୁଟି ବୋଲି ବହୁ ବୁଦ୍ଧିଯିବି ମତ ପ୍ରକାଶ କରିଛନ୍ତି। Share