ରୂପାନ୍ତରିତ ଓଡ଼ିଶା ପାଇଁ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ରୂପାନ୍ତରିତ ଓଡ଼ିଶା ପାଇଁ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଭତ୍ରାସିଉନି ଶିବ ମନ୍ଦିରରୁ ଶୁଭାରମ୍ଭ ହୋଇଯାଇଛି । ବିଜେଡି ଘରେ ଘରେ ପହଞ୍ଚିବା ଲକ୍ଷ୍ୟ ନେଇ ସରକାରଙ୍କ ବିକାଶର ବାର୍ତ୍ତା ଦେବା ସହ ଓଡ଼ିଶାର ସମୃଦ୍ଧି ସର୍ବୋଚ୍ଚ ଶୀର୍ଷ ଛୁଇଁବ ବୋଲି ନେତାମାନେ ପ୍ରକାଶ କରିଛନ୍ତି । ଆଜି ସକାଳେ ନବରଙ୍ଗପୁର ସହରରେ ଥିବା ମହାତ୍ମା ଗାନ୍ଧୀ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ଭତ୍ରାସିଉନିରେ ଥିବା ସିଦ୍ଧେଶ୍ୱର ଶିବ ମନ୍ଦିରରୁ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରାଯାଇଛି । ଉକ୍ତ ପଦଯାତ୍ରାରେ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ଈଶ୍ୱର ପାଣିଗ୍ରାହୀ, ସହପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ର, ସାଂସଦ ରମେଶ ଚନ୍ଦ୍ର ମାଝୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପ୍ରଦୀପ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, କୋରାପୁଟ ଜୋନ ଯୁବ ବିଜେଡି ସଭାପତି ତାପସ ତ୍ରିପାଠୀ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରି ମଞ୍ଜୁଳା ମାଝୀ, ନଗର ବିଜେଡି ସଭାପତି ପ୍ରମୋଦ ରଥ, ବିଜେଡି ନେତ୍ରୀ କୌଶଲ୍ୟା ପ୍ରଧାନୀ,ରଞ୍ଜିତା ପଣ୍ଡା, କ୍ରିଷ୍ଣା ମଞ୍ଜରୀ ବିଷୋୟୀ, କାମିନୀ ପାଢ଼ୀ, ପୌର ଉପାଧ୍ୟକ୍ଷ ସୌମ୍ୟା ମହାପାତ୍ର, ରିତା ସୌରା, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଦିଲୁ ପଣ୍ଡା ଓ ସମ୍ପାଦକ ସୁମିତ ପୂଜାରୀଙ୍କ ସମେତ ମହିଳା, ଯୁବ, ଛାତ୍ର ବିଜେଡି କର୍ମକର୍ତ୍ତା, ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ସଭାପତିଙ୍କ ସମେତ ପ୍ରାୟ ୨ହଜାର କର୍ମୀ ଜନସମ୍ପର୍କ ପଦଯାତ୍ରାରେ ସାମିଲ ହୋଇଥିଲେ ।