କଶ୍ମୀର,ଏଜେନ୍ସି: ଚଳିତବର୍ଷ ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା କାଶ୍ମୀରରେ ୨୦୦ରୁ ଊଦ୍ଧ୍ୱର୍ ଆତଙ୍କୀ ସେନାଦ୍ୱାରା ନିହତ ହୋଇଛନ୍ତି। କେବଳ କଶ୍ମୀରରେ ୧୯୦ରୁ ଊଦ୍ଧ୍ୱର୍ ଆତଙ୍କୀ ସେନା ଦ୍ୱାରା ନିହତ ହୋଇଥିବା ସ୍ଥାନୀୟ ପୁଲିସ ଡିଜି ଦିଲବାଗ ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଦକ୍ଷିଣ କଶ୍ମୀରର କୁଲଗାମ୍, ସୋପିୟାନ୍, ପୁଲୱାମା ଏବଂ ଅନନ୍ତନାଗରେ ଅଧିକ ଆତଙ୍କୀ ନିହତ ହୋଇଛନ୍ତି। ଦକ୍ଷିଣ କଶ୍ମୀରର ପୁଲୱାମାରେ ଆତଙ୍କ ଖେଳାଉଥିବା ଦୁଇଜଣ ହିଜବୁଲ୍ ମୁଜାହିଦ୍ଦିନ୍ ମୁଖ୍ୟ ରିୟାଜ ନାଇକୁ ଏବଂ ଡାକ୍ତର ସୈଫୁଲ୍ଲା ସେନାଦ୍ୱାରା ନିହତ ହୋଇଛନ୍ତି। ରିୟାଜ ଆଠମାସ ପୂର୍ବରୁ ଏନକାଉଣ୍ଟରରେ ପୁଲୱାମାଠାରେ ନିହତ ହୋଇଥିବା ବେଳେ ସୈଫୁଲ୍ଲା ଗତ ରବିବାର ଜମ୍ମୁ-କଶ୍ମୀର ପୁଲିସ ଏବଂ ସିଆରପିଏଫର ମିଳିତ ଏନକାଉଣ୍ଟରରେ ନିହତ ହୋଇଛି। ତେବେ ବର୍ତ୍ତମାନ ମଧ୍ୟ ହିଜବୁଲରେ କିଛି ଅନୁଭବୀ ଆତଙ୍କୀ ରହିଛନ୍ତି ଏବଂ ଖୁବଶୀଘ୍ର ଦକ୍ଷିଣ କଶ୍ମୀରରେ ସଂଗଠନ ପକ୍ଷରୁ ନୂଆ ମୁଖ୍ୟ ରଖାଯାଇପାରେ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।