ଲସ୍କର-ଏ-ତାଇବାର ମୁଖ୍ୟ କମାଣ୍ଡର ନଦୀମ ଅବରାର ଗିରଫ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତାଇବାର ମୁଖ୍ୟ କମାଣ୍ଡର ନଦୀମ ଅବରାରକୁ ଆଜି ସୁରକ୍ଷାବଳ ଗିରଫ କରିଛି। ଏନେଇ କଶ୍ମୀର ଜୋନର ପୁଲିସ ମହାନିରୀକ୍ଷକ ବିଜୟ କୁମାର ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି। ନଦୀନ ଏକ ଅଲଟୋ କାରରେ ବସି ଯାଉଥିବା ସମୟରେ ଶ୍ରୀନଗରରୁ ଗିରଫ କରାଯାଇଛି। ନଦୀନ ସହ ଥିବା ଅନ୍ୟଜଣେ ବ୍ୟକ୍ତିକୁ ମଧ୍ୟ ସୁରକ୍ଷାବଳ ଗିରଫ କରିଛି।

ସୂଚନାଯୋଗ୍ୟ, ୨୦୧୮ରୁ ନଦୀନ ଆତଙ୍କୀ ଗତିବିଧି ସହ ଜଡ଼ିତ ଥିବାରୁ ତା’ର ଗିରଫକୁ ଜମ୍ମୁ-କଶ୍ମୀର ପୁଲିସର ଏକ ବଡ଼ ସଫଳତା ରୂପେ ମାନାଯାଉଛି। ନଦୀନ ଜମ୍ମୁ-କଶ୍ମୀରରେ ନିଯୁକ୍ତ ଥିବା ସୁରକ୍ଷାବଳ ଓ ସାଧାରଣ ଲୋକଙ୍କ ଉପରେ ହୋଇଥିବା ଅନେକ ଆକ୍ରମଣରେ ସାମିଲ ଥିଲା।