ଆତଙ୍କବାଦୀମାନେ ନ ସୁଧୁରିଲେ ପିଓକେରେ ପ୍ରବେଶ କରି ମାରିବୁ: ଜମ୍ମୁକଶ୍ମୀର ରାଜ୍ୟପାଳ

ଜାମ୍ମୁ: ପାକ ଅଧିକୃତ କାଶ୍ମୀର (ପିଓକେ) ସ୍ଥିତ ଆତଙ୍କବାଦୀ କ୍ୟାମ୍ପ ଗୁଡିକୁ ଭାରତୀୟ ସେନା ଦ୍ୱାରା ତୋପ ଦ୍ୱାରା ଆକ୍ରମଣ କରି ଧ୍ୱସ୍ତ କରା ଯିବା ପରେ ଜାମ୍ମ କାଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି ଯେ ଯଦି ଆତଙ୍କବାଦୀ ମାନେ ନ ସୁଧରନ୍ତି ତେବେ ଆମେ ପାକ ଅଧିକୃତ କାଶ୍ମୀରରେ ପ୍ରବେଶ କରି ଆତଙ୍କବାଦୀ କ୍ୟାମ୍ପଗୁଡିକୁ ଶେଷ କରି ଦେବୁ । ସେ କହିଛନ୍ତି ଯେ ଯେଭଳି ଭାବେ ପାକିସ୍ତାନ ଲଗାତାର ଯୁଦ୍ଧ ବିରତି ଉଲ୍ଲଂଘନ କରି ଭାରତୀୟ ଅଂଚଳ ଉପରେ ଆକ୍ରମଣ କରୁଛି ତାକୁ ରୋକିବା ପାଇଁ ଭାରତ ଉଚିତ ପଦକ୍ଷେପ ନେବ ।

ଉଲ୍ଲେଖନୀୟ ଆତଙ୍କବାଦୀ ମାନଙ୍କ ପ୍ରବେଶ ପାଇଁ ପାକିସ୍ତାନୀ ସେନା ପକ୍ଷରୁ ଯୁଦ୍ଧ ବିରତି ଉଲ୍ଲଂଘନ କରା ଯାଇଥିଲା । ଏହାର ଭାରତୀୟ ସେନା ଜବାବ ଦେଇଥିଲା ଓ ଏଥିରେ ଅନେକ ଆତଙ୍କବାଦୀ, ସୈନିକ ଓ ଲଂଚ ପ୍ୟାଡ ଧ୍ୱଂସ ହୋଇ ଯାଇଥିଲା ।