Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଭାରତ-ଆମେରିକା ଦ୍ୱିପାକ୍ଷିକ ବ୍ୟବସାୟିକ ସମ୍ପର୍କକୁ ମଜବୁତ୍ କରିଛି ଉର୍ଜା କ୍ଷେତ୍ର- ଧର୍ମେନ୍ଦ୍ର ପ୍ରଧାନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଭାରତ-ଆମେରିକା ଦ୍ୱିପାକ୍ଷିକ ବ୍ୟବସାୟିକ ସମ୍ପର୍କକୁ ମଜବୁତ୍ କରିଛି ଉର୍ଜା କ୍ଷେତ୍ର- ଧର୍ମେନ୍ଦ୍ର ପ୍ରଧାନ

ୟୁଏସଆଇଏସପିଏଫର ବାର୍ଷିକ ନେତୃତ୍ୱ ସମ୍ମିଳନୀରେ ଆମେରିକା ରାଷ୍ଟ୍ରଦୂତଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ବନ୍ଧକୁ ମଜବୁତ୍ କରିବାରେ ଉର୍ଜା କ୍ଷେତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଭାରତ-ଆମେରିକା ରଣନୈତିକ ସହଯୋଗୀ ରୋମ(ୟୁଏସଆଇଏସପିଏଫ୍)ର ବାର୍ଷିକ ନେତୃତ୍ୱ ସମ୍ମିଳନୀରେ ଆମେରିକାର ରାଷ୍ଟ୍ରଦୂତଙ୍କ ସହ ସାର୍ବଜନୀନ ଆଲୋଚନା କରିବା ସମୟରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆମେରିକାର ରାଷ୍ଟ୍ରଦୂତ ଟିମ୍ ରୋଏମରଙ୍କ ସହ ସାକ୍ଷାତକାରରେ ବିଭିନ୍ନ ପ୍ରଶ୍ନର ଉତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ଓ ଆମେରିକା ମଧ୍ୟରେ ଋଣନୈତିକ ଉର୍ଜା ସହଯୋଗ କାରଣରୁ ଗତ ତିନି ବର୍ଷରେ ଅଭୁତପୂର୍ବ ପରିବର୍ତନ ହୋଇଛି। ଭାରତ ଓ ଆମେରିକା ମଧ୍ୟରେ ପାରସ୍ପରିକ ବାଣିଜ୍ୟିକ ବ୍ୟବସାୟ ୨୦୧୪ ପରେ କ୍ରମାଗତ ଭାବେ ବଢିଚାଲିଛି। ଏ ଦିଗରେ ଉର୍ଜା ପ୍ରମୁଖ ଭୂମିକା ଗ୍ରହଣ କରିଛି। ଭାରତ ଆମେରିକା ଠାରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୩.୫୮ ବିଲିୟନ ଆମେରିକୀୟ ଡଲାରର ଅଶୋଧିତ ତୈଳ ଆମଦାନୀ କରିଛି। ଏହି ମର୍ମରେ ଭାରତ ଆମେରିକା ଠାରୁ ମୋଟ ୭.୨ ବିଲିୟନ ଆମେରିକାୟ ଡଲାରର ଏଲଏନଜି ସମେତ ପେଟ୍ରୋଲିୟମ ଉତ୍ପାଦ ଆମଦାନୀ କରିଛି।

ସେ କହିଛନ୍ତି ଯେ ବହୁତ କମ୍ ସମୟ ମଧ୍ୟରେ ଅଶୋଧିତ ତୈଳ ଉତ୍ପାଦନ କରିବା ଦିଗରେ ଆମେରିକା ପ୍ରମୁଖ ୧୦ ଦେଶ ତାଲିକା ରହିପାରିଛି। ଏଲଏନଜି ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଆମେରିକା ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି। ଭାରତୀୟ କମ୍ପାନୀ ଗୁଡିକ ପ୍ରଥମରୁ ହିଁ ଆମେରିକାର ତୈଳ ଏବଂ ଗ୍ୟାସ୍ ଆସେଟ୍ ଗୁଡିକରେ ପୁଞ୍ଜି ନିବେଶ କରୁଛନ୍ତି। ଆମେରିକା ପାଇଁ ବର୍ତମାନ ଭାରତ ବିଶ୍ୱରେ ଚତୁର୍ଥ ସର୍ବବୃହତକାରୀ ଅଶୋଧିତ ତୈଳ ଆମଦାନୀକାରୀ ଦେଶ ହୋଇଥିବା ବେଳେ ଏଲଏନଜି କ୍ଷେତ୍ରରେ ତୃତୀୟ ସର୍ବବୃହତକାରୀ ଦେଶ। ଚଳିତ ବର୍ଷ ଭାରତ ପ୍ରାୟ ୪.୫ ବିଲିୟନ ଆମେରିକୀୟ ଡଲାରର ତୈଳ ଏବଂ ଗ୍ୟାସ ଆମଦାନୀ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ତୈଳ କମ୍ପାନୀ ଗୁଡିକ ଉପରେ ଆକ୍ରମଣ ଓ ଅଣ-ଜଳବାୟୁ ପରିବର୍ତନ ସଂପ୍ରତି ତୈଳ ଏବଂ ଗ୍ୟାସର ବିକାଶ ଦିଗରେ ବିଶ୍ୱ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେବେ ଏହି ସମୟରେ ଭାରତ ଆଗାମୀ ଦିନରେ ଉର୍ଜା ପ୍ରମୁଖ ଭୂମିକା ଗ୍ରହଣ କରିବ। କାରଣ ଏବେ ଭାରତ ବିଶ୍ୱ ଅର୍ଥନୀତି ବ୍ୟବସ୍ଥାରେ ଦ୍ରୁତ ବୃଦ୍ଧି ପରିଲକ୍ଷିତ ହୋଇଛି। ଆମେରିକା ଓ ଚୀନ୍ ପରେ ଭାରତ ବିଶ୍ୱର ତୃତୀୟ ବୃହତ ଉର୍ଜା ବ୍ୟବହାରକାରୀ ରାଷ୍ଟ୍ର ହୋଇପାରିଛି। ଭାରତ ବିଶ୍ୱର ଷଷ୍ଠ ବୃହତ୍ ଅର୍ଥନୀତି ହୋଇଥିବାବେଳେ ଉର୍ଜା ବ୍ୟବହାର କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିବା; ଭାରତ ଆଗାମୀ ଦିନରେ ବିଶ୍ୱ ଉର୍ଜା ବ୍ୟବହାର ନେତୃତ୍ୱ ନେବା ସମ୍ଭାବନାର ପ୍ରମାଣ କରୁଛି।

ସେହିପରି ଭାରତ ୨୦୪୦ ସୁଦ୍ଧା ବିଶ୍ୱର ଉର୍ଜା ଚାହିଦାକୁ ଦୁଇ ଗୁଣା କରିବାର ଲକ୍ଷ୍ୟ ରଖିଛି। ୨୦୨୦ ମଧ୍ୟଭାଗ ସୁଦ୍ଧା ଭାରତ ଉର୍ଜା ବଜାରୀକରଣରେ ଚାଇନା ଠାରୁ ଟପିବ ବୋଲି ଆକଳନ କରାଯାଇଛି। ସେହିପରି ଜୈବ ଇନ୍ଧନ କ୍ଷେତ୍ରରେ ଭାରତ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଅପରପକ୍ଷରେ ମୋଦୀ ସରକାର ଉର୍ଜା ନ୍ୟାୟକୁ ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି। ସମସ୍ତଙ୍କ ପାଖରେ ସ୍ୱଚ୍ଛ ଉର୍ଜା ଇନ୍ଧନ ଉପଲବ୍ଧ କରିବାର ଯୋଜନା ସରକାରଙ୍କ ଲକ୍ଷ୍ୟ ରହିଛି।

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୮ କୋଟି ଗରିବ ମହିଳାଙ୍କ ଜୀବନଶୈଳିକୁ ପରିବର୍ତନ କରାଯାଇପାରିଛି। ଆଗାମୀ ଦିନରେ ଭାରତ ଦାୟିତ୍ୱସମ୍ପନ୍ନ ଭାବେ ନିଜ ରାସ୍ତାରେ ଦେଶରେ ଉପଲବ୍ଧ ଉପାଦାନରୁ ଉର୍ଜାରେ ରୂପାନ୍ତରିତ କରିବ ଯାହା ବିଶ୍ୱର ଉର୍ଜା ଜଗତକୁ ବହୁଳ ଭାବରେ ପ୍ରଭାବିତ କରିବ। ଆଗାମୀ ଦଶକ ଗୁଡିକରେ ଭାରତ ବିଶ୍ୱ ଉର୍ଜା ଚାହିଦାର କେନ୍ଦ୍ର ବିନ୍ଦୁ ହେବ ବୋଲି ସେ କହିଛନ୍ତି। ଭାରତକୁ କମ୍ କାର୍ବନ ଅର୍ଥନୀତି କରିବାର ଲକ୍ଷ୍ୟ ନେଇ ଆମେ ଆଗକୁ ବଢୁଥିବା ବେଳେ ପ୍ରାକୃତିକ ଗ୍ୟାସ ସ୍ୱଚ୍ଛ ଇନ୍ଧନ ସେତୁ ବନ୍ଧନ ଯୋଡିବାରେ ଏକ ବଡ ଭୂମିକା ଗ୍ରହଣ କରିବ। ଅପରପକ୍ଷରେ ଭାରତ ଆମେରିକା ମଧ୍ୟରେ ଉର୍ଜା ସହଯୋଗକୁ ମଜବୁତ୍ କରିବାରେ ଏଲଏନଜି କ୍ଷେତ୍ର ମୁଖ୍ୟ ଭୂମିକା ନେବାର ପ୍ରତିଶ୍ରୁତି ରଖିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।