ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ ସୁରକ୍ଷାବଳକୁ ଆତଙ୍କବାଦୀ ବିରୋଧୀ ଅଭିଯାନରେ ବଡ଼ ସଫଳତା ମିଳିଛି । କଶ୍ମୀର ଜୋନ ପୁଲିସ ମୁତାବକ, ଶୋପିୟାଁ ଜିଲ୍ଲାର କିଲବଲ ଅଞ୍ଚଳରେ ହୋଇଥିବା ସଂଘର୍ଷରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଆଉ ଏବେ ବି ଏନକାଉଣ୍ଟର ଜାରି ରହିଛି ।

ସୂଚନାଯୋଗ୍ୟ, ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ମହଜୁଦ ଥିବା ନେଇ ସୁରକ୍ଷାବଳକୁ ଖୁଫିଆ ସୂଚନା ମିଳିଥିଲା । ଏହାପରେ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ସୁରକ୍ଷାବଳ ଟିମ୍ ଉକ୍ତ ଅଞ୍ଚଳରେ ପହଞ୍ଚିବା ବେଳକୁ ଆତଙ୍କବାଦୀମାନେ ଫାୟରିଂ ଆରମ୍ଭ କରିଥିଲେ । ଏହାର ଜବାବରେ ସୁରକ୍ଷାବଳ ମଧ୍ୟ ଫାୟରିଂ କରିଥିଲା । ଫଳରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି ।