ନମାଜ ପାଠ ପରେ ଘାଟି ଛାଡ଼ି ନ ଯିବାକୁ କଶ୍ମୀରୀ ପଣ୍ଡିତଙ୍କୁ ଅପିଲ

ଶ୍ରୀନଗର,ଏଜେନ୍ସି: ବିଗତ କିଛି ଦିନ ହେବ ଆତଙ୍କବାଦୀ କଶ୍ମୀରୀ ପଣ୍ଡିତମାନଙ୍କୁ ଟାର୍ଗେଟ କରୁଛନ୍ତି। ଏଥି ଯୋଗୁଁ ଘାଟି ଅଞ୍ଚଳରେ ହିଂସ ବଢ଼ିବାରେ ଲାଗିଛି। ଯାହା ଏବେ ସାଧାରଣ ଲୋକ ଏବଂ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଜମ୍ମୁ କଶ୍ମୀରରେ ରହୁଥିବା ହିନ୍ଦୁମାନଙ୍କ ମଧ୍ୟ ଆତଙ୍କ ଖେଳିଯାଇଛି। ସମସ୍ତେ ଘଟଣାର ତୀବ୍ର ନିନ୍ଦା କରୁଛନ୍ତି।

ଘାଟିରେ ରହୁଥିବା ଶାନ୍ତି ପ୍ରିୟ ମୁସଲମାନ ମଧ୍ୟ କଶ୍ମୀର ପଣ୍ଡିତଙ୍କ ସମର୍ଥନରେ ଛିଡ଼ା ହୋଇଛନ୍ତି। ୩୨ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଗତ ଶୁକ୍ରବାର ଘାଟି ଅଞ୍ଚଳର ପ୍ରାୟ ସମସ୍ତ ମସଜିଦରେ ନମାଜ ପାଠ ପରେ ଆତଙ୍କୀ କଡ଼ା ସନ୍ଦେଶ ଦିଆଯାଇଥିଲା। ଇସଲାମ୍ ଅନୁଯାୟୀ ନିରୀହ ଲୋକଙ୍କ ହତ୍ୟା ପାପ ବୋଲି କହିଛନ୍ତି। ସନ୍ଦେଶରେ କଶ୍ମୀରୀ ପଣ୍ଡିତ ଏବଂ ଅନ୍ୟ ଲୋକଙ୍କ ହତ୍ୟାକୁ ଦୃଢ଼ ନିନ୍ଦା କରାଯାଇଛି।

ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ ଜୁମେ ନମାଜ ପରେ ମୌଲାନା ଏବଂ ମୁଫତିୟୋ କଶ୍ମୀରୀ ପଣ୍ଡିତି ଏବଂ ଅନ୍ୟ ହିନ୍ଦୁ ଅଳ୍ପସଂଖ୍ୟକଙ୍କୁ ଭରସା ଦେଇଛନ୍ତି ଯେ, ସେମାନେ ସମସ୍ତେ ତାଙ୍କ ସହିତ ଅଛନ୍ତି। ଏଣୁ ସେମାନେ କଶ୍ମୀର ଛାଡ଼ି ଯାଅନ୍ତୁନାହିଁ। ମୌଲାନା ଏବଂ ମୁଫତିୟୋ ଏହା କହିଛନ୍ତି। ଜୁମେ ନମାଜ ପରେ ବାରମୁଲାରେ ମୁସଲମାନ ସମୁଦାୟ ଶାନ୍ତି ମାର୍ଚ୍ଚ ମଧ୍ୟ ବାହାର କରିଥିଲେ। ବାରମୁଲା ବ୍ୟତୀତ କୁଲଗାମ, ସୋପିଆଁ, ଶ୍ରୀନଗର, ବନ୍ଦିପୋରା ଏବଂ କୁପଓ୍ୱାଡା ସ୍ଥିତ ମସଜିଦରୁ ମଧ୍ୟ ଅଳ୍ପ ସଂଖ୍ୟକ ହିନ୍ଦୁଙ୍କ ବିରୋଧରେ ହେଉଥିବା ହିଂସାକୁ କଡ଼ା ନିନ୍ଦା କରିଛନ୍ତି।

ମସଜିଦ୍‌ରୁ ଜାରି ସନ୍ଦେଶରେ କୁହାଯାଇଛି ଯେ, ଆମେ ସମସ୍ତ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ବିରୋଧରେ ଏବଂ କଶ୍ମୀର ପଣ୍ଡିତଙ୍କୁ ସମର୍ଥନ ଜଣାଉଛୁ। ଶ୍ରୀନଗରର ଲାଲ ଚୌକ ଉପରେ ମଧ୍ୟ ନମାଜ ପରେ ସିଭିଲ ସୋସାଇଟି ସହ ସମ୍ପର୍କ ରଖୁଥିବା ଆତଙ୍କବାଦଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।