ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀର ବାରରେ କମିସନରେଟ ପୁଲିସର ଚଢ଼ଉ। ଜୋନ୍-୪ ଓ ଜୋନ୍-୬ ଅଞ୍ଚଳରେ ୧୯ଟି ବାରରେ ରେଡ୍ କରିଛି ପୁଲିସ। ବାରଗୁଡ଼ିକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିବା ଖବରପାଇ ଗତକାଲି ରାତିରେ ଦୁଇଟି ଜୋନକୁ ନେଇ ଡିସିପିଙ୍କ ନେତୃତ୍ବରେ ଅଚାନକ ଚଢ଼ଉ ହୋଇଥିଲା। ଏସିପି ଜୋନ-୪ ଅଞ୍ଚଳରେ ଥିବା ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ୧୨ଟି ଓ ଏସିପି ଜୋନ-୬ ଇନଫୋସିଟି ଥାନା ଅଞ୍ଚଳରେ ୭ଟି ବାର ଉପରେ ଚଢ଼ଉ କରାଯାଇଥିଲା।
କିଛି ବାର ନିୟମ ପାଳନ କରୁଥିବାବେଳେ ଆଉ କିଛି ନିୟମ ମାନୁନଥିବା ଦେଖିବାକୁ ମିଳିଥିଲା। ନିୟମ ଉଲଘଂନକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଭୁବନେଶ୍ବର ଡିସିପି। ଏହି ସମୟରେ ରିବନ୍ ଓ ନାଇଟ କ୍ଲବ ବାର ନିୟମ ଉଲ୍ଲଂଘନ କରି ରାତି ପ୍ରାୟ ୧୨ଟା ୧୫ ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏନେଇ ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କୁ ରିପୋର୍ଟ ଦେଇଛି ପୁଲିସ। ନିୟମ ଉଲ୍ଲଘଂନ ନେଇ ଦୁଇଟି ବାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳକୁ ପୁଲିସ ଅପିଲ କରିଛି।