ଜମ୍ମୁ-କଶ୍ମୀରର ନୌସେରାରେ ବସ୍ ଦୁର୍ଘଟଣା, ଜଣେ ମୃତ ଓ ୫୬ ଆହତ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ନୌସେରାରେ ଏକ ବଡ଼ ଧରଣର ବସ ଦୁର୍ଘଟଣା ଘଟିଛି । ଫଳରେ ଜଣଙ୍କର ମୃତ୍ୟୁ ଘଟିଛି ଓ ୫୬ଜଣ ଆହତ ହୋଇଛନ୍ତି । ୪ଜଣ ଗୁରୁତର ଆହତଙ୍କୁ ଜମ୍ମୁର ଜିଏମସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବସଟି ରଜୋରୀ-ନୌସେରା ପଟ ଦେଇ ଯାଉଥିବା ନେଇ ନୌସେରା ଏଡିସି ସୁଖଦେବ ସିଂହ ସୂଚନା ଦେଇଛନ୍ତି ।