ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ରେଳମାର୍ଗର ବାର୍ଷିକ ନୀରିକ୍ଷଣ: ନୟାଗଡ଼ (କେନ୍ଦୁଝରଗଡ଼) -ଯଖପୁରା ରେଳମାର୍ଗ ନୀରିକ୍ଷଣ

ଭୁବନେଶ୍ବର,ଏନ୍ଏନ୍ଏସ୍: ପୂର୍ବତଟ ଏବଂ ଦକ୍ଷିଣପୂର୍ବ ରେଳପଥ ମହାପ୍ରବନ୍ଧକ ସୁଶ୍ରୀ ଅର୍ଚନା ଯୋଶୀଙ୍କ ଦ୍ୱାରା ଆଜି ନୟାଗଡ଼ (କେନ୍ଦୁଝର)-ଯଖପୁରା ରେଳମାର୍ଗର ବାର୍ଷିକ ନୀରିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଗସ୍ତ ସମୟରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ପ୍ରବନ୍ଧକ ଶ୍ରୀ ରିଂକେଶ ରାୟଙ୍କ ସହିତ ମୁଖ୍ୟାଳୟ ତଥା ମଣ୍ଡଳର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଗସ୍ତ ସମୟରେ ମହାପ୍ରବନ୍ଧକ ବିଭିନ୍ନ ଷ୍ଟେସନ, ରେଳ କଲୋନୀ, ବ୍ରିଜ୍, ଲେଭଲ କ୍ରସିଂ ଗେଟ୍, ରନିଂ ରୁମ୍‌, ଦୁର୍ଘଟଣା ରିଲିଫ୍ ଟ୍ରେନ୍‌, ଦୁର୍ଘଟଣା ରିଲିଫ୍ ମେଡିକାଲ୍ ଉପକରଣ, ରେଲୱେ ହସ୍‌ପିଟାଲ୍ ସହିତ ଅନ୍ୟାନ ସୁରକ୍ଷା ଓ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ଯାଞ୍ଚ କାର୍ଯ୍ୟ କରିଥିଲେ।

ସେ ଏହି ଗସ୍ତ ସମୟରେ ସମସ୍ତ ରେଳ ଭିତ୍ତିଭୂମୀକୁ ଭଲ ଭାବରେ ଯାଞ୍ଚ କରିଥିଲେ ଓ ରେଳ ସେବାରେ ଉନ୍ନତି ଆଣିବା ପାଇଁ ଆବଶ୍ୟକ ଥିବା ବିଷୟ ଉପରେ ଧ୍ୟାନ ଦେବାପାଇଁ ଉପସ୍ଥିତ ରେଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ମହାପ୍ରବନ୍ଧକ ଏହି ରେଳ ମାର୍ଗରେ କେନ୍ଦୁଝରଗଡ଼ ଓ ହରିଚନ୍ଦନପୁର ଷ୍ଟେସନ ସମେତ ବିଭିନ୍ନ ସ୍ଥାନରେ ରହି ଭିନ୍ନଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ। ସେ ମଧ୍ୟ ବିଭିନ୍ନ ନିରାପତ୍ତା ବିଷୟ ଯଥା ଟ୍ରାକ୍‌, ଲେଭଲ କ୍ରସିଂ, ବ୍ରିଜ, ପଏଣ୍ଟ ଓ କ୍ରସିଂକୁ ଭଲ ଭାବରେ ଯାଞ୍ଚ୍ କରିଥିଲେ। ଏହି ଅବସରରେ ସେ କର୍ମଚାରୀ ବାସଗୃହ, ପିଲାମାନଙ୍କ ପାଇଁ ଚିତ୍ତବିନୋଦନ ପାର୍କ ଇତ୍ୟାଦି ଉଦ୍‌ଘାଟନ କରିଥିଲେ।

ସୁଶ୍ରୀ ଯୋଶୀ ତାଙ୍କର ଏହି ବାର୍ଷିକ ଗସ୍ତ ସମୟରେ ଯାତ୍ରୀ ସୁବିଧା ଯଥା ପ୍ଲାଟଫର୍ମ, ବୁକିଂ ଅଫିସ୍‌, ଅପେକ୍ଷା ହଲ୍‌, ଭିଆଇପି ଲାଉଞ୍ଜ ଇତ୍ୟାଦିର ସମୀକ୍ଷା କରିଥିଲେ ଓ କର୍ମଚାରୀମାନଙ୍କୁ ଏହା ଉପରେ କ୍ରମାଗତ ଭାବରେ ଧ୍ୟାନ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ସେ ମଧ୍ୟ ବିଭିନ୍ନ ଷ୍ଟେସନରେ ଲୋକମାନଙ୍କୁ ଭେଟିଥିଲେ ଓ ଯାତ୍ରୀ ସେବାରେ ଉନ୍ନତି ଆଣିବା ପାଇଁ ସେମାନଙ୍କର ଅଭିଯୋଗ ଏବଂ ପରାମର୍ଶକୁ ଗ୍ରହଣ କରିଥିଲେ।

ଅପରାହ୍ନରେ ଶ୍ରୀମତୀ ଯୋଶୀ ଭୁବନେଶ୍ୱର ନୂତନ ଷ୍ଟେସନରେ ଚାଲିଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଥିଲେ। ଭୁବନେଶ୍ୱର ନୂତନ ଷ୍ଟେସନକୁ ସଡ଼କ ଯୋଗାଯୋଗ ସହିତ ଅନ୍ୟାନ୍ୟ ନିରାପତ୍ତା ଏବଂ ସୁରକ୍ଷା କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱାରୋପ କରିଥିଲେ।