ଆଇଟି ମନ୍ତ୍ରଣାଳୟ ଆୟୋଜନ କରିବ ‘ଆଜାଦୀକା ଡିଜିଟାଲ୍ ମହୋତ୍ସବ’

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ସୂଚନା ଓ ପ୍ରାଦ୍ୟୋଗିକୀ ମନ୍ତ୍ରଣାଳୟ ଆଜିଠାରୁ ୫ ଡିସେମ୍ବର ପର୍ଯ୍ୟନ୍ତ ‘ଆଜାଦୀକା ଡିଜିଟାଲ୍ ମହୋତ୍ସବ’ ପାଳନ କରିବ। ସପ୍ତାହବ୍ୟାପୀ ଏହି କାର୍ଯ୍ୟକ୍ରମ ଅନୁସାରେ ସମଗ୍ର ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଯେଉଁଥିରେ ଡିଜିଟାଲ୍ କ୍ଷେତ୍ରରେ ବିଭିନ୍ନ ଉପଲବ୍‌ଧିଗୁଡ଼ିକ ପ୍ରଦର୍ଶନ କରାଯିବ ଓ ଭବିଷ୍ୟତର ରୁପରେଖ ସମ୍ବନ୍ଧରେ ସୂଚନା ଦିଆଯିବ ବୋଲି ମନ୍ତ୍ରଣାଳୟ ତରଫରୁ ଏକ ବିବୃତି ଜାରି କରି କୁହାଯାଇଛି।

ଡିଜିଟିାଲ୍ ପ୍ରଦ୍ୟୋଗିକୀ ଅର୍ଥବ୍ୟବସ୍ଥା ସମେତ ସାମାଜିକ, ସାଂସ୍କୃତିକ ତଥ ରାଜନୈତିକ କ୍ଷେତ୍ରକୁ ବହୂଳ ଭାବେ ପ୍ରଭାବିତ କରୁଛି। ଏହି ଅବସରରେ ଡିଜିଟାଲ୍ କ୍ଷେତ୍ରରେ ଆତ୍ମନିର୍ଭରତାକୁ ଗୁରୁତ୍ୱାରୋପ କରାଯିବ।