ଇସ୍ରୋ ବୈଜ୍ଞାନିକ ଅନିଲ କୁମାର ହେଲେ ଆଇଏଏଫ୍‌ ଉପାଧ୍ୟକ୍ଷ

ବେଙ୍ଗାଲୁରୁ,ଏଜେନ୍ସି: ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ଫେଡେରେସନର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଭାରତର ଏ କେ ଅନିଲ କୁମାର । ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ(ଇସ୍ରୋ)ର ବରିଷ୍ଠ ବୈଜ୍ଞାନିକ ଅନିଲ କୁମାର ଗତକାଲି ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ଫେଡେରେଶନର ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି ।

ଅନିଲ କୁମାର ବର୍ତ୍ତମାନ ଇସ୍ରୋ ଟେଲିମେଟ୍ରି, ଟ୍ରାକିଂ ଏବଂ କମାଣ୍ଡ ନେଟୱାର୍କର ଆସୋସିଏଟ୍ ଡାଇରେକ୍ଟର ଭାବରେ କାର୍ଯ୍ୟ କରୁଛନ୍ତି । ୧୯୫୧ ମସିହାରେରେ ଆଇଏଏଫ୍‌ ପ୍ରତିଷ୍ଠା ହୋଇଥିଲା । ଏହା ହେଉଛି ବିଶ୍ବର ଅଗ୍ରଣୀ ସ୍ପେସ୍ ଆଡଭୋକେସୀ ସଂସ୍ଥା(ଉପଦେଷ୍ଟା ମଣ୍ଡଳୀ), ଯେଉଁଥିରେ ୭୨ଟି ଦେଶରେ ୪୩୩ ଜଣ ସଦସ୍ୟ ଅଛନ୍ତି ।

ଆଇଏଏଫ୍‌ ଶାନ୍ତିପୂର୍ଣ୍ଣ ଭାବରେ ମହାକାଶଚାରୀଙ୍କ ବିକାଶ ଏବଂ ମହାକାଶ ସମ୍ବନ୍ଧୀୟ, ବୈଜ୍ଞାନିକ ଏବଂ ବୈଷୟିକ ସୂଚନା ପ୍ରସାରକୁ ଉତ୍ସାହିତ କରିଥାଏ ବୋଲି ଜାତୀୟ ମହାକାଶ ଏଜେନ୍ସି ସୂଚିତ କରିଛି । ଇସ୍ରୋ ପକ୍ଷରୁ ଏକ ଟୁଇଟ୍‌ରେ କୁହାଯାଇଛି ଯେ, “ଇସ୍ରୋର ଏହି ପ୍ରୟାସ ଆନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବ ।”