‘ଗଗନାୟନ’ ମିଶନର ପ୍ରଥମ ଚରଣର ସଫଳ ପରୀକ୍ଷଣ

ଆନ୍ଧ୍ରପ୍ରଦେଶ: ଇସ୍ରୋର ‘ଗଗନାୟନ’ ମିଶନର ପ୍ରଥମ ଚରଣ ପରୀକ୍ଷଣ ସଫଳ ହୋଇଛି । ଗଗନାୟନର କ୍ରୁ ମଡ୍ୟୁଲର ଲଞ୍ଚିଂ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ହୋଇଛି । ପ୍ରଥମେ ଟ୍ରାଏଲ ସକାଳ ୮ଟା ୪୫ ମିନିଟରେ ହୋଇଥାନ୍ତା କିନ୍ତୁ କମ୍ପ୍ୟୁଟରେ ସମସ୍ୟା ଯୋଗୁ ପ୍ରକ୍ଷେପଣର କିଛି ସମୟ ପୂର୍ବରୁ ଏହାକୁ ରୋକା ଯାଇଥିଲା । କିନ୍ତୁ ମାତ୍ର ଅଧା ଘଣ୍ଟାଏ ମଧ୍ୟରେ ଯାନ୍ତ୍ରିକ ତ୍ରୁଟିକୁ ଦୂର କରି ଇସ୍ରୋ ଇତିହାସ ରଚିଦେଲା । ଗଗନାୟନ ମିଶନର ସଫଳତାପୂର୍ବକ ଲଞ୍ଚିଂ ପରେ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ଖୁସି ଜାହିର କରିଛନ୍ତି ।

ଶ୍ରୀହରିକୋଟାରେ ‘ଗଗନାୟନ’ ଲଞ୍ଚ ହେବା ପରେ ପଶ୍ଚିମବଙ୍ଗର ଖାଡ଼ିରେ ଲ୍ୟାଣ୍ଡିଂ କରିଥିଲା । ୨୦୨୫ ସୁଦ୍ଧା ‘ଗଗନାୟନ ମିଶନ’କୁ ପ୍ରସ୍ତୁତ କରିବା ହେଉଛି ଏହି ଲଞ୍ଚିଂର ଉଦ୍ଦେଶ୍ୟ । କୌଣସି ସମସ୍ୟା ଉପୁଜିଲେ ଅନ୍ତରୀକ୍ଷ ଯାତ୍ରୀକୁ କିପରି ସୁରକ୍ଷିତ ବାହାର କରାଯିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ ।