ପ୍ରତିରକ୍ଷା ମନ୍ତ୍ରୀଙ୍କ ପାଇଁ ‘ତେଜସର’ ସ୍ୱତନ୍ତ୍ର ସ୍କ୍ରିନିଂ

ନୂଆଦିଲ୍ଲୀ: ବଲିଉଡ କୁଇନ କଙ୍ଗନା ରନାୱତ ତାଙ୍କ ଆଗାମୀ ଫିଲ୍ମ ‘ତେଜସ’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହିକ୍ରମେ କଙ୍ଗନା ଆଜି ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଭାରତୀୟ ବାୟୁସେନା ଅଧିକାରୀଙ୍କ ପାଇଁ ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରିଛନ୍ତି। କିଛି ସମୟ ପୂର୍ବରୁ କଙ୍ଗନା ଏନେଇ ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, କଙ୍ଗନା ରନାୱତ ଷ୍ଟାରର ଫିଲ୍ମ ‘ତେଜସ’ର କାହାଣୀ ଭାରତୀୟ ବାୟୁସେନାର ପୃଷ୍ଠଭୂମି ଉପରେ ଆଧାରିତ । ରୋନୀ ସ୍କ୍ରୁବାଲାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମରେ ଅନେକ ଦେଶଭକ୍ତି ଦୃଶ୍ୟ ଦେଖିବାକୁ ମିଳିବ । ଖାସ୍ କଥାଟି ହେଲା, ଫିଲ୍ମର ଟ୍ରେଲର ମଧ୍ୟ ବାୟୁସେନା ଦିବସରେ ରିଲିଜ ହୋଇଥିଲା ।