ଇଶାନ୍ତ ରଚିଲେ ଇତିହାସ: ରାଷ୍ଟ୍ରପତି ଭେଟିଲେ ସ୍ୱତନ୍ତ୍ର କ୍ୟାପ୍

ଅହମ୍ମଦାବାଦ: ଭାରତୀୟ କ୍ରିକେଟ ଟିମର ଅନୁଭବୀ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଆଜି ତାଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି। ପୂର୍ବତନ ଅଧିନାୟକ କପିଲ ଦେବଙ୍କ ପରେ ଦ୍ୱିତୀୟ ଭାରତୀୟ ବୋଲର ଭାବେ ଇଶାନ୍ତ ଏହି ରେକର୍ଡ ସୃଷ୍ଟି କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଇଶାନ୍ତଙ୍କୁ ଏକ ସ୍ୱତନ୍ତ୍ର କ୍ୟାପ୍ ଓ ସ୍ମୃତି ଚିହ୍ନରେ ସମ୍ମାନିତ କରିଛନ୍ତି। ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ୨୦୦୭ରେ ବାଙ୍ଗାଲାଦେଶ ବିପକ୍ଷରେ ଢାକାରେ ଇଶାନ୍ତ ନିଜ ଟେଷ୍ଟ କ୍ୟାରିୟରର ଶୁଭାରମ୍ଭ କରିଥିଲେ। ୯୯ଟି ମ୍ୟାଚ ଖେଳି ୩୨.୨୨ ହାରରେ ୩୦୨ଟି ୱିକେଟ ନେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଇଶାନ୍ତ ସର୍ବାଧିକ ୱିକେଟ ନେଇଛନ୍ତି।