ଆଇଏସ୍ ମୁଖ୍ୟ ବାଗଦାଦି ନିହତ

ସିରିଆ : ବିଶ୍ଵର ସବୁଠାରୁ ଶକ୍ତିଶାଳୀ ଆତଙ୍କବାଦୀ ସଙ୍ଗଠନ ଇସ୍‍ଲାମିକ୍‍ ଷ୍ଟେଟ୍‍ର ମୁଖ୍ୟ ଆବୁ ବକର୍‍ ବାଗ୍‍ଦାଦିର ମୃତ୍ୟୁ ହୋଇଥବା ଜଣାପଡିଛି। ଆମେରିକାର ସେନାର ଆକ୍ରମଣରେ ସିରିଆରେ ନିହତ ହୋଇଥିବା କୁହାଯାଉଛି।

ସେ ଏକ ସ୍ଥାନରେ ଆତ୍ମଗୋପନ କରିଥିବାବେଳେ ଆମେରିକା ସୈନ୍ୟ ଆକ୍ରମଣରେ ନିହତ ହୋଇଥିବା ଅନୁମାନ କରାଯାଉଛି। ତେବେ ଏ ଘଟଣାର ସତ୍ୟାସତ୍ୟ ଏପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇ ନାହିଁ। ଆମେରିକା ରାଷ୍ଟ୍ରପତି ରବିବାର ରାତ ୯ଟାରେ ଏନେଇ ଏକ ଘୋଷଣା କରିବେ ବୋଲି କୁହାଯାଇଛି।

ବାଗ୍‍ଦାଦି ଓ ତାର ସହଯୋଗୀ ମାନେ ରହୁଥିବା ଏକ ଘର ଓ କାର ଉପରେ ହେଲିକପ୍ଟର ଯୋଗେ ଆକ୍ରମଣ କରାଯାଇଥିବା ଆମେରିକା ସେନା ପକ୍ଷରୁ କୁହାଯାଇଛି। ଲାଦିଲବି ପ୍ରଦେଶର ବାରିଷା ଗ୍ରାମ ଠାରୁ  କିଛି ଦୂରରେ ଏହି ଆକ୍ରମଣ ହୋଇଥିବା ଜଣାପଡିଛି।

ଆମେରିକାର ଏହି ଅପରେସନରେ ଜଣେ ବରିଷ୍ଠ ଆଇଏସ ନେତାଙ୍କ ସମେତ ୯ଜଣଙ୍କର ମୃତ୍ୟୁ ଘଟିଛି।