Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଭୂତକୋଠି ପାଲଟିଛି କଂକ୍ରିଟ କଲୋନୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଭୂତକୋଠି ପାଲଟିଛି କଂକ୍ରିଟ କଲୋନୀ

ରଞ୍ଜିତ କେ.ଏନ୍. ସାମନ୍ତରାୟ, ଖୋର୍ଦ୍ଧା

ପାଇଲିନ ମହାବାତ୍ୟା ପରେ ଆରମ୍ଭ ହୋଇଛି ଓଡ଼ିଶା ପ୍ରାକୃତିକ ଥଇଥାନ ପ୍ରକଳ୍ପ। ହେଲେ ପ୍ରଶାସନିକ ଅବହେଳା କାରଣରୁ ମହାବାତ୍ୟାର ୧୮ବର୍ଷ ପରେ ମଧ୍ୟ ଖୋର୍ଦ୍ଧା ଜିଲ୍ଲାରେ ଏହି ପ୍ରକଳ୍ପର ମହତ୍ ଉଦ୍ଦେଶ୍ୟ ପୂରଣ ହୋଇନାହିଁ। ଫଳରେ ଘରଗୁଡ଼ିକ ପରିତ୍ୟକ୍ତ କଂକ୍ରଟି କଲୋନୀ ପାଲଟିଥିବାବେଳେ ବିପନ୍ନମାନେ ଏବେବି ଅସୁରକ୍ଷିତ ରହିଛନ୍ତି। ଏହାର ଉଦାହରଣ ହେଉଛି ଚିଲିକା ମଙ୍ଗଳାଯୋଡ଼ିରେ ଥିବା ଅସମ୍ପୂର୍ଣ୍ଣ ପ୍ରକଳ୍ପ ଗୃହ।

ଗତ ୨୦୧୩ ମସିହା ଅକ୍ଟୋବର ମାସ ୧୩ ତାରିଖରେ ପାଇଲିନ ବାତ୍ୟା ଓ ବାତ୍ୟା ପରବର୍ତ୍ତୀ ବର୍ଷା ଖୋର୍ଦ୍ଧା ଜିଲ୍ଲାର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଥିଲା। ଜିଲ୍ଲାର ବିଭିନ୍ନ ନଦୀକୂଳରେ ଥିବା ୯ ପଞ୍ଚାୟତବାସୀ ଜଳବନ୍ଦି ଜୀବନ କାଟୁଥିବାବେଳେ ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇ ଗମନାଗମନ ଏକପ୍ରକାର ଠପ୍ ହୋଇଯାଇଥିଲା। ପାଇଲିନ ଦ୍ୱାରା ଜିଲ୍ଲାର ୨୨ଲକ୍ଷରୁ ଊଦ୍ଧ୍ୱର୍ ଲୋକ ପ୍ରଭାବିତ ହୋଇଥିବାବେଳେ ୩ ଜଣ ପ୍ରାଣ ହରାଇଥିଲେ। ପାଇଲିନ୍ ଦ୍ୱାରା ୬୭ହଜାର ୩୩୯ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ଉକ୍ତ ସମୟରେ ବିଶ୍ୱବ୍ୟାଙ୍କ ବାତ୍ୟା ବିପନ୍ନଙ୍କ ସହାୟତା ନିମନ୍ତେ ହାତ ବଢ଼ାଇଥିଲା। ପାଇଲିନ୍ରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଆର୍ଥିକ ଦୁର୍ବଳ ବିପନ୍ନଙ୍କୁ ଚିହ୍ନଟ କରିବା ସମେତ ସେମାନଙ୍କୁ ଓଡ଼ିଶା ପ୍ରାକୃତିକ ପୁନର୍ବାସ ଯୋଜନାରେ ଥଇଥାନ କରିବାକୁ ବିଶ୍ୱବ୍ୟାଙ୍କ ପରିବାର ପିଛା ୩ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ଯୋଗାଇଥିଲା। ପାଇଲିନକୁ ଇତି ମଧ୍ୟରେ ୬ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଟାଙ୍ଗୀ ଓ ଚିଲିକା ବ୍ଲକର ଅନେକ ଘର ଏପର୍ଯ୍ୟନ୍ତ ନିର୍ମାଣ ହୋଇପାରିନାହିଁ। ଅନେକ ବିପନ୍ନ ଅସଜଡ଼ା ଘର ସଜାଡ଼ି ପାରିନାହାନ୍ତି। ଇତିମଧ୍ୟରେ ଜିଲ୍ଲାବାସୀ ହୁଡୁହୁଡ଼୍, ତିତ୍ଲି ଭଳି ବହୁ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଥିବାବେଳେ ଗତ ମେ’ ମାସ ୩ ତାରିଖରେ ବାତ୍ୟା ଫାନିରେ ଅନେକ ପରିବାରର ଘରଦ୍ୱାର ଭାଙ୍ଗିଯାଇଛି।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ପାଇଲିନ ଦ୍ୱାରା ଖୋର୍ଦ୍ଧା ଜିଲା୍ଲର ଅଧିକାଂଶ କ୍ଷତିଗ୍ରସ୍ତ ହୋଇଥିଲା ଟାଙ୍ଗୀ ଓ ଚିଲିକା ବ୍ଲକ। ଏହି ଦୁଇଟି ବ୍ଲକରେ ପାଇଲିନ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି ଉକ୍ତ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯୋଜନା ରହିଥିଲା। ସରକାରୀ ତଥ୍ୟ ଅନୁସାରେ ଟାଙ୍ଗୀରେ ବିପର୍ଯ୍ୟୟପ୍ରବଣ ୧୨ଟି ଗ୍ରାମର ୯୭ହିତାଧିକାରୀଙ୍କ ପାଇଁ ଘର ନିର୍ମାଣ କରାଯାଇ ୯୨ଜଣଙ୍କୁ ହସ୍ତାନ୍ତର ହୋଇଛି। ସେହିପରି ଚିଲିକା ବ୍ଲକରେ ବିପର୍ଯ୍ୟୟପ୍ରବଣ ୫୮ଟି ଗ୍ରାମର ୧୮୪ ହିତାଧିକାରୀଙ୍କ ମଧ୍ୟରୁ ୧୭୬ଜଣଙ୍କୁ ଏହି ଘର ହସ୍ତାନ୍ତର କରାଯାଇଛି। ସରକାରୀ ଅଧିକାରୀ ଏହି ତଥ୍ୟ ଦର୍ଶାଇଥିଲେ ମଧ୍ୟ ପ୍ରକୃତପକ୍ଷେ ହାତଗଣତିଙ୍କୁ ବାଦ୍ ଦେଲେ ଅଧିକାଂଶ ସ୍ଥାନରେ ଏହି ଘରଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି।

ଏହାର ଏକ ଉଦାହରଣ ହେଉଛି ଟାଙ୍ଗୀ ବ୍ଲକର ମଙ୍ଗଳାଯୋଡ଼ି ପଞ୍ଚାୟତ। ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଥିବା ଏହି ପଞ୍ଚାୟତରେ ୪୨ ଜଣ ପାଇଲିନ ବିପନ୍ନଙ୍କୁ ଏହି ଥଇଥାନ ପ୍ରକଳ୍ପରେ ସାମିଲ କରାଯାଇଥିବାବେଳେ ୨୯ ବିପନ୍ନଙ୍କ ପାଇଁ ନିଜସ୍ୱ ଜମିରେ ପକ୍କାଗୃହ ନିର୍ମାଣ କରାଯାଇଛି। ଅବଶିଷ୍ଟ ୧୩ ଜଣଙ୍କ ମଧ୍ୟରୁ ୨ ଜଣ ଚୟନକାରୀଙ୍କୁ ବାଦ୍ ଦିଆଯାଇଥିବା ବେଳେ ୧୧ବିପନ୍ନଙ୍କ ନିମନ୍ତେ ଅନ୍ୟତ୍ର ଜମି ଚିହ୍ନଟ କରାଯାଇ ଗୃହ ନିର୍ମାଣ ହୋଇଛି। ଗୋଟିଏ ପକ୍କାଗୃହ ନିମନ୍ତେ ୩ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା କୁହାଯାଉଛି। ତେବେ ଭିତ୍ତିଭୂମି ଅଭାବ ଯୋଗୁଁ ସେହି ଘରଗୁଡ଼ିକ ଅବ୍ୟବହୃତ ରହିଛି। ଥଇଥାନ ଗୃହ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ବିଦ୍ୟୁତ୍ ସଂଯୋଗ ଠିକଭାବରେ ହୋଇନାହିଁ। ପାଇଖାନା ନିର୍ମାଣରେ ମଧ୍ୟ ତ୍ରୁଟି ହୋଇଥିବାରୁ ଏହାକୁ ବ୍ୟବହାର କରାଯାଇ ପାରୁନାହିଁ। ଉକ୍ତ ବାସଗୃହଗୁଡ଼ିକ ବିପନ୍ନ ହିତାଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିବା ସତ୍ତେ୍ୱ ଏହିପରି ମୌଳିକ ସମସ୍ୟା ପାଇଁ ସେଠାରେ ହିତାଧିକାରୀ ରହିବାକୁ ଅମଙ୍ଗ ହେଉଥିବା ପ୍ରକାଶ କରିଛନ୍ତି। ଦୁଇଟିଯାକ ବ୍ଲକ୍ରେ ୨୬୮ଟି ଘର ନିର୍ମାଣ ହୋଇ ହିତାଧିକାରୀଙ୍କୁ ଦିଆଯାଇଥିବା ସତ୍ତେ୍ୱ ଅଧିକାଂଶ ଗୃହ ବ୍ୟବହାର ଅଭାବରୁ ଭୂତକୋଠି ପାଲଟିଛି।