ନୂଆଦିଲ୍ଲୀ,ଏଜେନ୍ସି: ଈରାନ ଓ ପଶ୍ଚିମ ଦେଶ ମଧ୍ୟରେ ପୁଣିଥରେ ଉତ୍ତେଜନା ଦେଖାଯାଇଛି। ଆମେରିକା କଟକଣାର କଥିତ ଉଲ୍ଲଂଘନ ଅଭିଯୋଗରେ ଗ୍ରୀସର ସହଯୋଗୀ ଇରାନରୁ ତେଲ ଟ୍ୟାଙ୍କର ଜବତ କରିଛି। ଜବାବରେ ଇରାନ ମଧ୍ୟ ଗ୍ରୀସର ୨ ଟ୍ୟାଙ୍କର ଜବତ କରିଛି। ଏଥି ସହିତ ଚେତାବନୀ ଜାରି କରିଛି ଯେ, ଯଦି ଏହାକୁ ଛଡ଼ା ଯାଏ, ତଥାପି ଜବାବ ଦେବାକୁ ହଟିବ ନାହିଁ।
ଇରାନ ରିଭୋଲୁଶନାରୀ ଗାର୍ଡ ଶୁକ୍ରବାର ଘୋଷଣା କରିଛି ଯେ, ଗ୍ରୀସର ୨ ତେଲ ଟ୍ୟାଙ୍କର ଜବତ କରିଛି। ଏହି ୨ ଟ୍ୟାଙ୍କରରେ ଗ୍ରୀସର ପତାକା ଲାଗିଥିଲା। ଏହା ପୂର୍ବରୁ ଆମେରିକା, ଗ୍ରୀସ ସହାୟତାରେ ଭୂମଧ୍ୟ ସାଗରରେ ତେଲ ଜବତ କରିଥିଲା। ଆମେରିକାର ଅଭିଯୋଗ ଯେ, ଇରାନ ଉପରେ ଲାଗିଥିବା ଅନ୍ତର୍ଜାତୀୟ କଟକଣା ଉଲ୍ଲଂଘନ ହୋଇଛି। ଜବାବରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଗତ ଫେବ୍ରୁଆରୀ ୨୪ ତାରିଖ ଠାରୁ ଯୁଦ୍ଧ ଆରମ୍ଭ ହେବା ପରେ ବିଶ୍ୱରେ ତେଲ ନେଇ ସଂକଟ ବଢ଼ିଛି। ତୈଲ ଉତ୍ପାଦିତ ଦେଶ ଗୁଡ଼ିକରେ କଟକଣା ଯୋଗୁଁ ଆମଦାନୀ କରୁଥିବା ରାଷ୍ଟ୍ରଗୁଡ଼ିକ ଅଧିକ ପ୍ରଭାବିତ ହୋଇଛନ୍ତି। ଏସୀୟ ରାଷ୍ଟ୍ରଗୁଡ଼ିକ ସର୍ବାଧିକ କ୍ଷତି ସହୁଛନ୍ତି।