ଆଇପିଏଲ୍‌ ୨୦୨୩: ହ୍ୟାରୀ ବ୍ରୁକଙ୍କ ଶତକ, ୨୩ ରନରେ ଏସ୍ଆର୍‌ଏଚ୍‌ର ବିଜୟ

ହାଇଦ୍ରାବାଦ,ଏଜେନ୍ସି: ଆଇପିଏଲ ୧୬ ତମ ସଂସ୍କରଣର ୧୯ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦର ଦମଦାର ବିଜୟ। କୋଲକାତା ନାଇଟ ରାଇଡର୍ସକୁ ୨୩ ରନରେ ପରାସ୍ତ କଲା ଏସଆରଏଚ। କୋଲକାତା ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ ପାଇଁ ହାଇଦ୍ରାବାଦକୁ ଆମନ୍ତ୍ରଣ କରିଥିଲା । ଏହାପରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ୨୨୮ ରନର ବିଶାଳ ସ୍କୋର କରିଥିଲା । ଏହାପରେ ୨୨୯ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା କେକେଆର। କିନ୍ତୁ ୨୦ ଓଭରରେ ୭ ଓ୍ବିକେଟ ହରାଇ ମାତ୍ର ୨୦୫ ରନରେ ସୀମିତ ରହିଯାଇଥିଲା କୋଲକାତା ।

ଫଳରେ ୨୩ ରନରେ ବଡ଼ ବିଜୟ ହାସଲ କରିଥିଲା ହାଇଦ୍ରାବାଦ । ଗତକାଲିର ମ୍ୟାଚରେ ଚଳିତ ସଂସ୍କରଣର ପ୍ରଥମ ଶତକ ଓ ସବୁଠାରୁ ଲମ୍ବା ସ୍କୋର ଦେଖିବାକୁ ମିଳିଥିଲା । ହାଇଦ୍ରାବାଦର ହ୍ୟାରୀ ବ୍ରୁକ ୫୫ ବଲରେ ୧୯୯ ରନ କରିବାରେ ସଫଳ ହୋଇଥିଲେ। ମୟଙ୍କ ଅଗ୍ରୱାଲ ଓ ରାହୁଲ ତ୍ରିପାଠୀ ଦଳକୁ ସେତେ ଭଲ ଆରମ୍ଭ ଦେଇପାରି ନଥିବା ବେଳେ ପ୍ରାରମ୍ଭିକ ବ୍ୟାଟର ହ୍ୟାରୀ ବ୍ରୁକ ତାଙ୍କ ଆଇପିଏଲ କ୍ୟାରିୟରର ଏକ ଶ୍ରେଷ୍ଠ ପାଳି ଖେଳିଥିଲେ ।