୨୦୨୩ ଆଇପିଏଲ ନିଲାମି: ଚୂଡ଼ାନ୍ତ ତାଲିକାରେ ୪୦୫ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ଆଗାମୀ ସଂସ୍କରଣର ନିଲାମି ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବ । ଏଥିଲାଗି ୯୯୧ ଖେଳାଳି ରେଜିଷ୍ଟ୍ରେସନ କରିଥିବାବେଳେ ୪୦୫ ଖେଳାଳିଙ୍କୁ ସର୍ଟଲିଷ୍ଟ କରାଯାଇଛି । ସେଥିମଧ୍ୟରୁ ୮୭ ଖେଳାଳିଙ୍କୁ କିଣାଯିବ ।

ସୂଚନାଯୋଗ୍ୟ, ସମସ୍ତ ଟିମ୍ ପ୍ରାରମ୍ଭରେ ୩୬୯ ଖେଳାଳିଙ୍କୁ ସର୍ଟଲିଷ୍ଟ କରିଥିଲା । କିନ୍ତୁ ପରେ ୩୬ ଖେଳାଳିଙ୍କୁ ଅନୁରୋଧକ୍ରମେ ସର୍ଟଲିଷ୍ଟ କରାଯାଇଛି । ୪୦୫ ଖେଳାଳିଙ୍କ ମଧ୍ୟରେ ୨୭୩ ଭାରତୀୟ ଓ ୧୩୨ ବିଦେଶୀ ରହିଛନ୍ତି ।