ମନିଷ ସିସୋଦିୟାଙ୍କ ବ୍ୟାଙ୍କ ଲୋକର୍ସର ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ: ଦିଲ୍ଲୀରେ ନୂଆ ଅବକାରୀ ନୀତିରେ ହୋଇଥିବା କଥିତ ଘୋଟାଲା ମାମଲାରେ ଅଭିଯୁକ୍ତ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟାଙ୍କ ବ୍ୟାଙ୍କ ଲୋକର୍ସର ଯାଞ୍ଚ ଆରମ୍ଭ ହୋଇଯାଇଛି । ଉତ୍ତରପ୍ରଦେଶର ଗାଜିୟାବାଦ ସେକ୍ଟର ୪ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ସିବିଆଇ ଅଧିକାରୀ ଯାଞ୍ଚ ଆରମ୍ଭ କରିଛନ୍ତି ।

ସିବିଆଇ ଟିମ୍ ଲୋକରର ରେଜିଷ୍ଟର ଦେଖିବା ସହ ମନିଷ ସିସୋଦିୟାଙ୍କ ବ୍ୟାଙ୍କ ଖାତା ସମ୍ବନ୍ଧରେ ସୂଚନା ହାସଲ କରିବ । ଅନ୍ୟପଟେ ପତ୍ନୀଙ୍କ ସହ ବ୍ୟାଙ୍କ ପହଞ୍ଚିଥିବା ସିସୋଦିୟ କହିଛନ୍ତି ଯେ ଯାଞ୍ଚରେ କିଛି ମିଳିବନି ।

ସୂଚନାଯୋଗ୍ୟ, ସିବିଆଇ ଏହାପୂର୍ବରୁ ସିସୋଦିୟାଙ୍କ ଘରେ ରେଡ୍ ମାରିଥିଲେ । ଉକ୍ତ ମାମଲାରେ ଆରମ୍ଭ ହୋଇଥିବା ଯାଞ୍ଚରେ ସିବିଆଇ ଏଫଆଇଆରରେ ସିସୋଦିୟାଙ୍କ ନାମ ଶୀର୍ଷରେ ରଖିଛି । ସିବିଆଇ ଆଇପିସି ଧାରା ୧୨୦ ବି ଏବଂ ୪୭୭ ଆଧାରରେ ମାମଲା ଦାୟର କରିଛି ।