ଦେହରେ ଚୁମ୍ବକୀୟ ଶକ୍ତି ଘଟଣାର ତଦନ୍ତ ଦାବି

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ବଡ଼ପାଟଣା ପଞ୍ଚାୟତ ଝାଟିପଡା ଗ୍ରାମର ରଞ୍ଜନ କୁମାର ବାରକ କୋଭିଡ ଭ୍ୟାକ୍ସିନ ପ୍ରଥମ ଡୋଜ ନେଵାପରେ ତାଙ୍କ ଶରୀରରେ ଚୁମ୍ବକୀୟ ଶକ୍ତି ରବିବାର ଦେଖିବାକୁ ମିଳିଛି। ତାଙ୍କ ଦେହରେ ଷ୍ଟିଲ ଡଙ୍କି, ଚାମୁଚ, କୋଏନ ଆଦି ଲାଗି ରହୁଥିବା ବେଳେ ଦେହରେ ଚୁମ୍ବକୀୟ ଶକ୍ତିକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ରଞ୍ଜନ କେନ୍ଦୁଝର ଟାଇମ୍ସର ପାଟଣା ବ୍ଲକର ପ୍ରତିନିଧି ଭାବେ କାର୍ଯ୍ୟ କରୁଛନ୍ତି।

ଶନିବାର ଘଟଗାଁ ବ୍ଲକ ଖଣ୍ଟଘର ପଞ୍ଚାୟତ କାଶୀବେଡା ଗ୍ରାମର କେଡିନ୍ୟୁଜର ସମ୍ପାଦକ କବିନ୍ଦ୍ର ରାଉତଙ୍କ ଦେହରେ ଭ୍ୟାକ୍ସିନ ନେବା ପରେ ଚୁମ୍ବକୀୟ ଶକ୍ତି ପ୍ରକାଶ ପାଇବା ଓ ଢେଙ୍କିକୋଟ ପଞ୍ଚାୟତ ଟିକିରା ଗ୍ରାମର ଶିକ୍ଷକ ପ୍ରମୋଦ ବେହେରାଙ୍କ ଦେହରେ ଏଭଳି ଚୁମ୍ବକୀୟ ଶକ୍ତି ପ୍ରକାଶ ପାଇବା ପରେ ରଞ୍ଜନ ନିଜ ଦେହରେ ଏହାର ପରୀକ୍ଷା କରିବା ପରେ ତାଙ୍କ ଦେହରେ ଚୁମ୍ବକୀୟ ଶକ୍ତି କାର୍ଯ୍ୟକରୁଛି।

କରୋନା ଟିକା ନେବା ପରେ ମଣିଷ ଦେହରେ ଚୁମ୍ବକୀୟ ଶକ୍ତି ଦେଖା ଦେବା ଘଟଣାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ କରାଯିବାକୁ ସ୍ଥାନୀୟରେ ଦାବି ହେଉଛି।