ଦୂରମାଗୀ ସ୍ୱଦେଶୀ ବୋମାର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତ ଆଜି ଏକ ଦୂରଗାମୀ ସ୍ୱଦେଶୀ ବୋମାର ସଫଳ ପରୀକ୍ଷଣ କରିଛି। ଡିଆରଡିଓ ଓ ଭାରତୀୟ ବାୟୁସେନା ମିଳିତ ଭାବେ ଏରିୟଲ ପ୍ଲାଟଫର୍ମ ଜରିଆରେ ଏହି ପରୀକ୍ଷଣ କରିଛି। ଏହି ସ୍ୱଦେଶୀ ବମ୍ ଶତ୍ରୁଙ୍କ ଘରେ ପଶି ଆକ୍ରମଣ କରିବାରେ ସକ୍ଷମ ବୋଲି ଜଣାପଡ଼ିଛି। ଏନେଇ ଡିଆରଡିଓ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଗତକାଲି ଅବଦ୍ଦୁଲ କଲାମ ଦ୍ୱୀପରୁ ବେଲିଷ୍ଟିକ ମିସାଇଲ ଅଗ୍ନି-୫ର ସଫଳ ପରୀକ୍ଷଣ କରାଯାଇଥିଲା। ଉକ୍ତ ମିସାଇଲ ୫ହଜାର କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ।