ବଦଳିବ ଭାରତର ନ୍ୟାୟ ବ୍ୟବସ୍ଥା : କିରେନ ରିଜିଜୁ

ଗୌହାଟ୍ଟୀ: ଆଇନ ମନ୍ତ୍ରୀ କିରେନ ରିଜିଜୁ ଗୌହାଟ୍ଟୀ ହାଇକୋର୍ଟର ପ୍ଲାଟିନମ ଜୁବଲି କାର୍ଯ୍ୟକ୍ରମରେ ଯୋଗଦେଇ ସଭିଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ରିଜିଜୁ କହିଛନ୍ତି ଯେ, କେନ୍ଦ୍ର ସରକାର ଇ-କୋର୍ଟସ ଉପରେ ଧ୍ୟାନ ଦେଉଛନ୍ତି । ଏହାଦ୍ୱାରା ଲମ୍ବିତ ମାମଲା ଶେଷ କରିବା ସହଜ ହେବ । ଏଥିଲାଗି ୭ ହଜାର କୋଟି ଟଙ୍କାର ବଜେଟ ସରକାର ଗ୍ରହଣ କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ନିଶ୍ଚିତ ରୂପେ ନ୍ୟାୟ ବ୍ୟବସ୍ଥାକୁ ବଦଳାଇ ରଖିଦେବ ବୋଲି ମୋର ବିଶ୍ୱାସ ରହିଛି ।

କିରେନ ରିଜିଜୁ ଆହୁରି କହିଛନ୍ତି ଯେ, ଭାରତୀୟ ନ୍ୟାୟପାଳିକାକୁ ଡିଜିଟାଲ ଓ କାଗଜବିହୀନ କରିବା ହେଉଛି ଆମ ଲକ୍ଷ୍ୟ । ଦେଶ ଯେତେବେଳେ ଲମ୍ବିତ ମାମଲାର ଭାରକୁ ଅନୁଭବ କରୁଛି, ଆମ ପାଖରେ ଏହାର ସମାଧାନ ପାଇଁ ଟେକୋ୍ନଲୋଜୀ ଦିଗରେ ଧ୍ୟାନ ଦେବା ବ୍ୟତୀତ ଆଉ କିଛି ବିକଳ୍ପ ନାହିଁ ।