ନୂଆଦିଲ୍ଲୀ: ଭାରତରେ କରୋନା ମାମଲା ପୁଣିଥରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୫ହଜାର ୩୩୫ ନୂଆ ମାମଲା ସାମ୍ନାକୁ ଆସିଛି । ଏହି ସଂଖ୍ୟା ଗତ ୬ ମାସରେ ସର୍ବାଧିକ । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।
ସୂଚନାଯୋଗ୍ୟ, ସମଗ୍ର ଦେଶରେ ଗତକାଲି ଅର୍ଥାତ୍ ୫ ତାରିଖରେ ୪ହଜାର ୪୩୫ ନୂଆ ମାମଲା ସାମ୍ନାକୁ ଆସିଥିଲା । ଏହାସହ ୧୫ଜଣଙ୍କ ମୃତ୍ୟୁ ଘଟିଥିଲା । ସେହିପରି ୪ ତାରିଖରେ ୩ହଜାର ୩୮ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୯ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ପ୍ରଦାନ କରିଥିଲା ।