ବିହାର,ଏଜେନ୍ସି: ବିହାରର ମାଧେପୁରା ଇଲେକ୍ଟ୍ରିକ୍ ଲୋକୋ କାରଖାନାରେ ଦେଶର ପ୍ରଥମ ୧୨୦୦୦ ହର୍ସ ପାୱାର ବିଶିଷ୍ଟ ରେଳ ଇଞ୍ଜିନ ପ୍ରସ୍ତୁତ କରାଯାଇଛି। ଏହି ଇଞ୍ଜିନ୍ ସୋମବାର ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜଙ୍କସନରୁ ଭାରତୀୟ ରେଳ ଦ୍ୱାରା ପରିଚାଳିତ ହୋଇଛି। ଏହି ଇଞ୍ଜିନର ନାମ ଡବ୍ଲୁଏଏଚ୍-୧୨ ଏବଂ ଏହାର ସଂଖ୍ୟା ହେଉଛି ୬୦୦୨୭। ଦୀନଦୟାଲ ଉପାଧ୍ୟାୟ ଜଙ୍କସନରୁ ଦିନ ୦୨:୦୮ ରେ ଚାଲୁଥିବା ଏହି ଟ୍ରେନ୍ ଦେହ୍ରି-ଅନ୍-ସୋନ୍, ଗରହୱା ରୋଡ୍ ବାଇରାଡିହକୁ ଯାଇଥିଲା। ଏହି ଟ୍ରେନରେ ୧୧୮ ଟି ବଗି ଲାଗିଥିଲା।
ଏହା ସହିତ ଭାରତ ବିଶ୍ୱର ଷଷ୍ଠ ଦେଶ ହୋଇପାରିଛି ଯିଏକି ନିଜର ହର୍ସ ପାୱାର ବିଶିଷ୍ଟ ଇଞ୍ଜିନ ଡିଜାଇନ୍ ବା ନିର୍ମାଣ କରିବାରେ ସକ୍ଷମ ହୋଇପାରିଛି । ଏଥି ସହିତ, ବିଶ୍ୱରେ ପ୍ରଥମ ଥର ପାଇଁ ବ୍ରଡ ଗେଜ ଟ୍ରାକରେ ଉଚ୍ଚ ହର୍ସ ପାୱାର ବିଶିଷ୍ଟ ଇଞ୍ଜିନ ଚାଳିତ କରିଛି। ଟ୍ୱିନ୍ ବୋ-ବୋ ଡିଜାଇନ୍ ବିଶିଷ୍ଟ ଏହି ରେଳ ଇଞ୍ଜିନରେ ୨୨.୫ ଟନ୍ ର ଏକ୍ସଲ ଲୋଡ୍ କରିବାର କ୍ଷମତା ଅଛି ଯାହାକୁ ପରବର୍ତ୍ତୀ ସମୟରେ ୨୫ ଟନ୍ କୁ ବୃଦ୍ଧି କରାଯାଇପାରିବ। ଏହି ଇଞ୍ଜିନ୍ ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ଯାତ୍ରା କରିପାରିବ। ଏହା ମାଲଗାଡୀ ଟ୍ରେନର ହାରାହାରି ଗତି ଏବଂ ଭାର ଧାରଣ କ୍ଷମତାକୁ ଉନ୍ନତ କରିବାରେ ସାହାଯ୍ୟ କରିବ।
ଏହି ନୂତନ ୧୨୦୦୦ ହର୍ଷ ପାୱାର ବିଶିଷ୍ଟ ରେଳ ଇଞ୍ଜିନ ହେଉଛି ଅତ୍ୟାଧୁନିକ ଆଇଜିବିଟି ଜ୍ଞାନକୌଶଳ ଦ୍ୱାରା ଆଧାରିତ, ୩ ପର୍ୟ୍ୟାୟ ଡ୍ରାଇଭ୍, ନଅ ହଜାର କିଲୋୱାଟ (୧୨୦୦୦ ହର୍ଷ ପାୱାର)। ଏହା ସହ ଏହି ରେଳ ଇଞ୍ଜିନରେ ଜିପିଏସ୍ (ଗ୍ଲୋବାଲ୍ ପୋଜିସନ୍ ସିଷ୍ଟମ୍) ମଧ୍ୟ ଅଛି, ଯାହା ସାହାଯ୍ୟରେ ଏହି ରେଳକୁ ଯେକୌଣସି ସ୍ଥାନରେ ଟ୍ରାକ୍ କରାଯାଇପାରିବ। ଏହି ଇଞ୍ଜିନ୍ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ଉତ୍ପାଦିତ ହୋଇଛି। ୨୫୦ ଏକର ମାଧେପୁରା କାରଖାନା ହେଉଛି ସର୍ବ ବୃହତ ଇଣ୍ଟିଗ୍ରେଟେଡ୍ ଗ୍ରୀନ୍ ଫିଲ୍ଡ ସୁବିଧା ଯାହାକି ସର୍ବୋଚ୍ଚ ମାନ ଏବଂ ନିରାପତ୍ତା ସହିତ ନିର୍ମିତ, ୧୨୦ ଇଞ୍ଜିନ୍ ଉତ୍ପାଦନ କ୍ଷମତା ସହିତ ଅନ୍ୟାନ୍ୟ ରେଳ ଇଞ୍ଜିନର ବିକଶିତ କରିବା ଏହାର ପ୍ରମୁଖ ଲକ୍ଷ୍ୟ।।