ୱେଷ୍ଟେଣ୍ଡିଜ ଗସ୍ତ ପାଇଁ ଦିନିକିଆ ଟିମ୍ ଘୋଷଣା: ଧୱନ ଅଧିନାୟକ

ନୂଆଦିଲ୍ଲୀ: ଇଂଲଣ୍ଡ ପରେ ଭାରତୀୟ କ୍ରିକେଟ ଟିମ୍ ୱେଷ୍ଟେଣ୍ଡିଜ ଗସ୍ତ କରିବ । ଏହି ଗସ୍ତରେ ୨ଟିମ୍ ମଧ୍ୟରେ ୩ଟି ଦିନିକିଆ ଓ ୫ଟି ଟି-ଟ୍ୱୋଣ୍ଟି ମ୍ୟାଚ୍ ଖେଳାଯିବ । ସେଥିପାଇଁ ବିସିସିଆଇ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ୧୬ଜଣିଆ ଭାରତୀୟ ଟିମ୍ ଘୋଷଣା କରିଛି । ଦିନିକିଆ ମ୍ୟାଚରେ ଶିଖର ଧୱନ ଅଧିନାୟକ ହୋଇଥିବାବେଳେ ରବିନ୍ଦ୍ର ଜାଡେଜା ଉପଅଧିନାୟକ ଦାୟିତ୍ୱ ତୁଲାଇବେ ।

ସୂଚନାଯୋଗ୍ୟ, ଶିଖର ଧୱନ ଓ ରବିନ୍ଦ୍ର ଜାଡେଜାଙ୍କ ସମେତ ଋତୁରାଜ ଗାୟକୱାଡ, ଶୁଭମନ ଗିଲ, ଦୀପକ ହୁଡ୍ଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଅୟର, ଇଶାନ କିଷନ(ୱିକେଟ କିପର), ସଞ୍ଜୁ ସେମସନ(ୱିକେଟ କିପର), ଶାର୍ଦୁଲ ଠାକୁର, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଅର୍ବେଶ ଖାନ୍‌, ପ୍ରସିଦ୍ଧ କୃଷ୍ଣା, ମହମ୍ମଦ ସିରାଜ ଓ ଅର୍ଶଦୀପ ସିଂହ ଦଳରେ ସାମିଲ ହୋଇଛନ୍ତି ।