ପୁଞ୍ଚରୁ ଜଣେ ସନ୍ଦିଗ୍ଧକୁ କାବୁ କଲା ଭାରତୀୟ ସେନା

ଶ୍ରୀନଗର,ଏଜେନ୍ସି: ଗତକାଲି ରାତିରେ ଜାମ୍ମୁ କାଶ୍ମୀର ପୁଞ୍ଚ ଅଞ୍ଚଳରୁ ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ କାବୁ କରିଛି ସେନା। ବ୍ୟକ୍ତି ଜଣଙ୍କ ପାକିସ୍ତାନ ଅଧିକୃତ କାଶ୍ମୀରର ହୋଇଥିବା ସୂଚନା ଦେଇଛି ଭାରତୀୟ ସେନା। ପରେ ସବିଶେଷ ତଥ୍ୟ ଜାରି କରିବ ସେନା।
ପ୍ରକାଶଥାଉ କି, କିଛି ଦିନ ପୂର୍ବରୁ ଜମ୍ମୁ-କାଶ୍ମୀରରୁ ୯ ସନ୍ଦିଗ୍ଧ ଅଟକ ହୋଇଥିଲେ। ଶେର ବାରମୁଲ୍ଲା ଅଞ୍ଚଳରୁ ସନ୍ଦିଗ୍ଧ ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ସେମାନେ କିଏ ସେନେଇ ଅଧିକ ଯାଞ୍ଚ କରାଯାଇଥିଲା।

ବାରମୁଲ୍ଲା ପୁଲିସ ସୂଚନା ଅନୁସାରେ ଏମାନେ ସମସ୍ତେ ସୋପିଆନର ଜୈନପୁରାର ଅଞ୍ଚଳର ବୋଲି ଜଣାପଡିଥିଲା। ଏହା ସହିତ ଗତ ମେ’ ୧୭ରେ ଜାମ୍ମୁ କାଶ୍ମୀର ଶ୍ରୀନଗର ଖାନମୋହ ଅଞ୍ଚଳରେ ଆତଙ୍କବାଦ ଓ ସୁରକ୍ଷାବାହିନୀ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଗୁଳି ବିନିମୟରେ ୨ ଜଣ ଆତଙ୍କୀ ନିହତ ହୋଇଥିଲେ। ଏହା ପୂର୍ବରୁ ମେ’ ୧୧ ତାରିଖରେ ଅନନ୍ତନାଗ ଜିଲ୍ଲା କୋକେରାଙ୍ଗ ଅଞ୍ଚଳରେ ଲସ୍କର-ଏ-ତୋଏବାର ୩ ଆତଙ୍କୀଙ୍କୁ ସଫା କରିଥିଲା ଭାରତୀୟ ସେନା।