୬,୦୦୦ ତମ ରେଳ ଷ୍ଟେସନରେ ୱାଇ-ଫାଇ ସ୍ଥାପନ କଲା ଭାରତୀୟ ରେଳବାଇ

ନୁଆଦିଲ୍ଲୀ,ଏଜେନ୍ସି: ଯାତ୍ରୀ ଏବଂ ସାଧାରଣ ଜନତାଙ୍କୁ ଡିଜିଟାଲ୍ ସିଷ୍ଟମ ସହିତ ଯୋଡିବା ପାଇଁ ଭାରତୀୟ ରେଳ ୱାଇ-ଫାଇ ସୁବିଧାକୁ ବିସ୍ତାର କରିବାରେ ଲାଗିଛି। ଗତକାଲି ସୁଦ୍ଧା ପୂର୍ବ କେନ୍ଦ୍ରୀୟ ରେଳବାଇର ଧାନବାଦ୍ ଡିଭିଜନରେ ଝଡଖଣ୍ଡ ଜିଲ୍ଲାର ହାଜରିବାଗ ଜିଲ୍ଲା ଅଧୀନରେ ୱାଇ-ଫାଇ କାର୍ଯ୍ୟକ୍ଷମ ହେବା ସହିତ ଭାରତୀୟ ରେଳବାଇ ୬,୦୦୦ ରେଳ ଷ୍ଟେସନରେ ୱାଇ-ଫାଇ ସ୍ଥାପନ କରିଛି।

ଜାନୁଆରୀ ୨୦୧୬ରେ ପ୍ରଥମେ ମୁମ୍ବାଇର ରେଳ ଷ୍ଟେସନରେ ଯାତ୍ରୀଙ୍କ ସୁବିଧା ପାଇଁ ୱାଇ-ଫାଇ ଲଗାଯାଇଥିଲା। ରେଳ ଷ୍ଟେସନରେ ୱାଇ-ଫାଇ ସୁବିଧା ଭାରତ ସରକାରଙ୍କ ଡିଜିଟାଲ୍ ଇଣ୍ଡିଆ ପ୍ରୋଗ୍ରାମର ଲକ୍ଷ୍ୟ ପୂରଣ କରୁଛି। ଏହା ଗ୍ରାମାଞ୍ଚଳ ଏବଂ ସହରା ସହରାଞ୍ଚଳ ନାଗରିକଙ୍କ ମଧ୍ୟରେ ଡିଜିଟାଲ ବିଭାଜନକୁ ଦୂର କରିବ। ଭାରତୀୟ ରେଳବାଇ ଦ୍ୱାରା ବର୍ତ୍ତମାନ ୬୦୦୦ ଷ୍ଟେସନରେ ୱାଇ-ଫାଇ ସୁବିଧା ଯୋଗାଇ ଦିଆଯାଉଛି। ରେଳବାଇକୁ ବିନା ମୂଲ୍ୟରେ ରେଳ ଷ୍ଟେସନରେ ୱାଇ-ଫାଇ ସୁବିଧା ପ୍ରଦାନ କରୁଛି। ରେଳ ମନ୍ତ୍ରଣାଳୟ ଅଧୀନରେ ଥିବା ରେଲ୍‌ଟେଲ ସହାୟତାରେ ଏହି ସୁବିଧା ଯୋଗାଇ ଦିଆଯାଉଛି।