ନୂଆଦିଲ୍ଲୀ,ଏଜେନ୍ସି: କଳ୍ପନା ଚାୱଲା ଓ ସୁନିତା ୱିଲିୟମ୍ସଙ୍କ ପରେ ଏବେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ମହାକାଶକୁ ଯାତ୍ରା କରିବେ। ତୃତୀୟ ଭାରତୀୟ ବଂଶୋଦ୍ଭବ ଭାବେ ଶିରିସା ବନ୍ଦଲା ଆଜି ମେକ୍ସିକୋରୁ ମହାକାଶ ଯାତ୍ରା କରିବେ।
ରିଚାର୍ଡ ବ୍ରାନସନଙ୍କ କମ୍ପାନୀ ଭର୍ଜିନ ଗାଲାକଟିକ ପକ୍ଷରୁ ତାଙ୍କୁ ଚୟନ କରାଯାଇଛି। ୩୪ ବର୍ଷୀୟ ଶିରିସା ତାଙ୍କ ଦଳର ୫ ଜଣ ସହକର୍ମୀଙ୍କ ସହ ମହାକାଶ ଯାତ୍ରା କରିବେ। ମହାକାଶକୁ ଯିବାକୁ ଥିବା ଏହି ଟିମର ନାମ ‘ୟୁନିଟ-୨୨’ ରଖାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଟିମରେ ଭର୍ଜିନ ଗାଲାକଟିକ କମ୍ପାନୀର ଅଧ୍ୟକ୍ଷ ରିଚାର୍ଡ ବ୍ରାନସନ ନିଜେ ମଧ୍ୟ ସାମିଲ ଅଛନ୍ତି।