ବିଦେଶରୁ ଅକ୍ସିଜେନ କଣ୍ଟେନର ଓ ସିଲିଣ୍ଡର ଆଣୁଛି ଭାରତୀୟ ନୌସେନା

ନୂଆଦିଲ୍ଲୀ: ଦେଶରେ ଅକ୍ସିଜେନକୁ ନେଇ ସୃଷ୍ଟି ହୋଇଥିବା ହାହାକାର ମଧ୍ୟରେ ଭାରତୀୟ ନୌସେନା ବିଦେଶରୁ ଅକ୍ସିଜେନ କଣ୍ଟେନର ଓ ସିଲିଣ୍ଡର ଆଣିବା ଲାଗି ଅଣ୍ଟା ଭିଡ଼ିଛି। ଅପରେସନ ସମୁଦ୍ର-ସେତୁ ଅନ୍ତର୍ଗତ ଲିକ୍ୱିଡ ଅକ୍ସିଜେନ, ସିଲିଣ୍ଡର, କନଷ୍ଟ୍ରେଟର୍ସ ଓ ବିଭିନ୍ନ ମେଡିକାଲ ଉପକରଣ ନେଇ ଆଜି ଦେଶର ୩ଟି ବଡ଼ ବନ୍ଦରଗାରରେ ପହଞ୍ଚିବ।

ନୌସେନା ପ୍ରବକ୍ତା କମାଣ୍ଡର ବିବେକ ମଧବାଲଙ୍କ ମୁତାବିକ, ସମୁଦ୍ର-ସେତୁ ଅନ୍ତର୍ଗତ ସିଙ୍ଗାପୁରରୁ ୪ଟି ଅକ୍ସିଜେନ ପୂର୍ଣ୍ଣ ଲିକ୍ୱିଡ କଣ୍ଟେନର, ୮ଟି ଖାଲି ଅକ୍ସିଜେନ କଣ୍ଟେନର, ୯୦୦ ଅକ୍ସିଜେନ ପୂର୍ଣ୍ଣ ସିଲିଣ୍ଡର, ୩୧୫୦ ଖାଲି ସିଲିଣ୍ଡର, ୧୦ ହଜାର ରେପିଡ ଆଣ୍ଟିଜେନ ଟେଷ୍ଟିଂ କିଟ୍ ସହ ବିପୁଣ ମାତ୍ରାରେ ମେଡିକାଲ ଉପକରଣ ନେଇ ଭାରତ ପହଞ୍ଚିବ।