ଚଣ୍ଡିଗଡ,ଏଜେନ୍ସି: ପଞ୍ଜାବର ଭଟିଣ୍ଡା ଗାଁ ବିବି ୱାଲାର ବୁଟା ସିଂହ ଢିଲେନ ନାମକ ଜଣେ ବ୍ୟକ୍ତି ଅବୈଧ ପାସପୋର୍ଟରେ ପାକିସ୍ତାନ ଭିସା ପାଇଛନ୍ତି। ସେ କହିଛନ୍ତି ଗୁରୁ ନାନକଙ୍କ ଜୟନ୍ତୀ ଅବସରରେ ପାକିସ୍ତାନର ଶ୍ରଦ୍ଧାଳୁ ପରିଦର୍ଶନ କରିବା ପାଇଁ ସେ ପାକିସ୍ତାନୀ ଭିସା ପାଇଁ ଆବେଦନ କରିଥିଲେ। ହେଲେ ସେ ଜାଣି ନଥିଲେ ଯେ ତାଙ୍କର ପାସପୋର୍ଟର ସମୟସୀମା ୬ ମାସ ଆଗରୁ ଶେଷ ହୋଇଛି।
ନଭେମ୍ବର ୧୭ରୁ ନଭେମ୍ବର ୨୬ ଦୂତାବାସ ଦ୍ୱାରା ପାକିସ୍ତାନ ଭିସା ଦିଆଯାଇଥିଲା। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆନୁଷ୍ଠାନିକତା ପୂରଣ କରିବା ପରେ ସେ ୱାଘା ସୀମା ଦେଇ ପାକିସ୍ତାନରେ ପ୍ରବେଶ କରିଥିଲେ। ହେଲେ ବାହାରକୁ ଯିବା ବାଟରେ ଅନୁସନ୍ଧାନକାରୀ ଅଧିକାରୀ କହିଛନ୍ତି ଯେ ତାଙ୍କ ପାସପୋର୍ଟର ଅବଧି ଶେଷ ହୋଇଛି।
ଆଶ୍ଚର୍ଯ୍ୟର କଥା, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସେହି ସମାନ ପାସପୋର୍ଟରେ ପାକିସ୍ତାନକୁ ଭିସା ପ୍ରଦାନ କରିଛି। ଏନେଇ ବୁଟା ସିଂ କହିଛନ୍ତି ତାଙ୍କୁ ପାକିସ୍ତାନ ଯିବା ବନ୍ଦ କରାଯାଇଥିଲା ଏହା ସହିତ ମାନସିକ ଯନ୍ତ୍ରଣା ଭୋଗିବାକୁ ପଡୁଥିଲା । କାରଣ ତାଙ୍କୁ ସୀମାରୁ ନିଜ ଗାଁକୁ ଫେରିବାକୁ ପଡିଥିଲା। ଏହି ଅବହେଳା ପାଇଁ ଯିଏ ଦାୟୀ ତାଙ୍କ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ଏଠି ପ୍ରଶ୍ନ ଉଠୁଛି ଯେ କେନ୍ଦ୍ରୀୟ ଏଜେନ୍ସିଙ୍କ ଦ୍ବାରା ଏପରି ଚରମ ଅବହେଲା ହେଲା କିପରି ?