ବିମାନରେ ୧୦୦ ଶଯ୍ୟା ବିଶିଷ୍ଟ ସ୍ୱାସ୍ଥ୍ୟସେବା ଯୋଗାଇବ ଭାରତୀୟ ବାୟୁସେନା

ନୂଆଦିଲ୍ଲୀ,ଏଜେନ୍ସି: ବିମାନରେ ରୋଗୀଙ୍କ ପାଇଁ ଶଯ୍ୟା ବ୍ୟବସ୍ଥା କରିଛି ଭାରତୀୟ ବାୟୁସେନା। ଆଜିଠାରୁ ସାଧାରଣ ଲୋକଙ୍କ ପାଇଁ ବେଙ୍ଗାଲୁରୁର ଜାଲାହାଲି ବାୟୁସେନା ଷ୍ଟେସନରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ସ୍ୱାସ୍ଥ୍ୟସେବା ଆରମ୍ଭ ହେବ।

ଏହି ସେବା ବେଙ୍ଗାଲୁରୁ କମାଣ୍ଡ ହସ୍ପିଟାଲ ବାୟୁସେନାର ମେଡିକାଲ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ ବୋଲି ଟୁଇଟ କରି ସୂଚନା ଦେଇଛି ଭାରତୀୟ ବାୟୁସେନା। କରୋନା ସଂକ୍ରମଣ ବୃଦ୍ଧି ମାମଲାରେ ଭାଗିଦାରୀର ପ୍ରୟାସ କରି ଆଇଏଏଫର ଆଇଏଲ-୭୬ ବିମାନ ୩୫୦ ଅକ୍ସିଜେନ ସିଲିଣ୍ଡର ଆଣି ସିଙ୍ଗାପୁରରୁ ହିନ୍ଦନ ବିମାନବନ୍ଦରରେ ପହଞ୍ଚିଛି।