Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପ୍ରଥମ ଟେଷ୍ଟ: ଭାରତ ବିଜୟୀ, ସାମିଙ୍କୁ ୪ ୱିକେଟ୍, ମୟଙ୍କ ପ୍ଲେୟର ଅଫ୍ ଦି ମ୍ୟାଚ୍ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପ୍ରଥମ ଟେଷ୍ଟ: ଭାରତ ବିଜୟୀ, ସାମିଙ୍କୁ ୪ ୱିକେଟ୍, ମୟଙ୍କ ପ୍ଲେୟର ଅଫ୍ ଦି ମ୍ୟାଚ୍

ଇନ୍ଦୋର: ଦ୍ୱିତୀୟ ଇନିଂସରେ ଅଦ୍ଭୁତପୂର୍ଣ୍ଣ ବୋଲିଂ ପ୍ରଦର୍ଶନ କରିଆସୁଥିବା ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ୪ ୱିକେଟ୍ ସାଙ୍ଗକୁ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ୩, ଉମେଶ ଯାଦବଙ୍କ ୨ ଓ ଈଶାନ୍ତ ଶର୍ମାଙ୍କ ୧ ୱିକେଟ୍ ବଳରେ ଭାରତ ଏଠାରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚକୁ ଇନିଂସ୍ ଓ ୧୩୦ ରନରେ ଜିତିଛି। ଏହାସହ ଭାରତ ଏବେ ୧-୦ରେ ସିରିଜ ଅଗ୍ରଣୀ କରିଛି। ଭାରତର ପ୍ରଥମ ଇନିଂସରେ ୬ ୱିକେଟ୍ ହରାଇ ୪୯୩ ରନରେ ପାଳି ଘୋଷଣା କରିଥିଲା।

ଏହାଦ୍ୱାରା ପ୍ରଥମ ଇନିଂସରେ ୩୪୩ ରନ୍ ପଛରେ ରହିଥିବା ବାଂଲାଦେଶ ଦ୍ୱିତୀୟ ଇନିଂସରେ ମାତ୍ର ୨୧୩ ରନ୍ ସଂଗ୍ରହ କରି ଅଲଆଉଟ୍ ହୋଇଥିଲା। ପୂର୍ବତନ ଅଧିନାୟକ ମୁସଫିକର ରହିମ ସର୍ବାଧିକ ୬୪ ରନ୍ କରିଥିଲେ। ଭାରତ ପକ୍ଷରୁ ପ୍ରଥମ ଇନିଂସରେ ୨୪୩ ରନ୍ର ଇନିଂସ୍ ଖେଳିଥିବା ଓପନର ମୟଙ୍କ ଅଗରୱାଲଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା। ଏହି ମ୍ୟାଚଟି ମାତ୍ର ୩ଦିନରେ ଶେଷ ହୋଇଥିଲା।

ଦ୍ୱିତୀୟ ଦିନର ଅସମାପ୍ତ ସ୍କୋର ୬/୪୯୩ରେ ଭାରତ ପାଳି ଘୋଷଣା କରିଥିଲା। ଫଳରେ ଶନିବାର ତୃତୀୟ ଦିନରେ ବାଂଲାଦେଶ ବ୍ୟାଟିଂ କରିଥିଲା। ୧୬ ରନରେ ଦୁଇ ଓପନର ଶଦ୍ମନ୍ ଇସଲାମ୍ ଓ ଇମ୍ରୁଲ କାଏସ୍ ୬ରନ୍ ଲେଖାଏଁ ସଂଗ୍ରହ କରି ଆଉଟ୍ ହୋଇଥିଲେ। ଏହାପରେ ଅଧିନାୟମ ମୋମିନୁଲ ହକ୍ ୭ ଓ ମହମ୍ମଦ ମିଥୁନ୍ ୧୮ ରନ୍ ସଂଗ୍ରହ କରି ପାଭିଲିୟନ୍ ଫେରିଥିଲେ। ଆରମ୍ଭରୁ ଘରୋଇ ଦ୍ରୁତ ବୋଲର ଚମତ୍କାର ପ୍ରଦର୍ଶନ କରିଥିଲେ। ମିନ୍ତୂୁ ଭେଟେରାନ୍ ମୁସ୍ ଫିକର ରହିମ ଭାରତୀୟ ବୋଲରଙ୍କ ବିପକ୍ଷରେ ପୁଣି ଏକ ଲଢ଼ୁଆ ଇନିଂସ୍ ଖେଳିଥିଲେ।

ତାଙ୍କୁ ମହମ୍ମଦୁଲ୍ଲା (୧୫) କିଛି ସମୟ ସହାୟତା ଦେଇଥିଲେ। ଏହାପରେ ୱିକେଟ୍ କିପର ଲିଟନ୍ ଦାସ ୩୫ ଓ ମେହଦୀ ହସନ୍ ୩୮ ରନ୍ ଲେଖାଏଁ ସଂଗ୍ରହ କରିଥିଲେ ମଧ୍ୟ ଏମାନେ ପିଚ୍ ରେ ବେଶୀ ସମୟ ରହିନପାରିବା ବାଂଲାଦେଶ ପାଇଁ ବିପଦ ଆଣିଥିଲା। ମୁସଫିକର ଅର୍ଦ୍ଧଶତକ ହାସଲ କରିବା ସହ ଦଳୀୟ ସ୍କୋର ୨୦୮ ରନରେ ନବମ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ। ପରେ ବାଂଲାଦେଶ ୨୧୩ରେ ଅଲଆଉଟ୍ ହୋଇଥିଲା।