ସ୍କ୍ୱାଶରେ ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ଜିତିଲା ଭାରତ

ନୂଆଦିଲ୍ଲୀ: ଏସିଆନ ଗେମ୍ସ ୨୦୨୩ରେ ଭାରତର ସ୍କ୍ୱାଶ୍ ଟିମ୍ ଇତିହାସ ରଚିଛି । ଟିମ୍ ଇଭେଣ୍ଟ ମୁକାବିଲାରେ ପାକିସ୍ତାନକୁ ମାତ ଦେଇ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି । ୨୦୧୪ ଏସିଆନ ଗେମ୍ସ ପରେ ଭାରତ ପ୍ରଥମଥର ପାଇଁ ସ୍କ୍ୱାଶରେ ପଦକ ଜିତିବାରେ ସଫଳ ହୋଇଛି । ଫାଇନାଲର ୩ୟ ମ୍ୟାଚରେ ଭାରତର ଅଭୟ ସିଂହ ପାକିସ୍ତାନର ଜମାନ ନୂରକୁ ମାତ ଦେଇ ସ୍ୱର୍ଣ୍ଣ ପଦକ ଜିତାଇଛନ୍ତି । ଏହାପୂର୍ବରୁ ଭାରତର ସୌରଭ ଘୋଷାଲ ପାକିସ୍ତାନର ମୁହମ୍ମଦ ଆସିମ ଖାନକୁ ମାତ ଦେଇ ୧-୧ରେ ସମାନ କରିଥିଲେ ।