ଭାରତ-ସାଉଥ ଆଫ୍ରିକା ପ୍ରଥମ ଟି-୨୦: ୮ ଓ୍ବିକେଟରେ ମ୍ୟାଚ୍‌ ଜିତିଲା ଭାରତ

ଥିରୁଅନନ୍ତପୁରମ୍‌,ଏଜେନ୍ସି: ଭାରତ-ସାଉଥ ଆଫ୍ରିକାର ପ୍ରଥମ ମ୍ୟାଚ୍‌ରେ ଭାରତ ୮ ଓ୍ବିକେଟ ସହିତ ବିଜୟ ହାସିଲ କରିଛି। ଆଜି ଥିରୁଅନନ୍ତପୁରମ୍‌ର ଗ୍ରିନ୍‌ଫିଲ୍ଡ ଆନ୍ତରଜାତୀୟ ଷ୍ଟାଡିୟମ୍‌ରେ ଭାରତ ଓ ସାଉଥ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଏହି ମ୍ୟାଚ୍‌ରେ ସାଉଥ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୮ ଓ୍ବିକେଟ ହରାଇ ୧୦୬ ରନ୍‌ ସଂଗ୍ରହ କରିପାରିଥିଲା। ଏହି ମ୍ୟାଚ୍‌ରେ ମହାରାଜା ୪୧ ରନ୍‌, ମକ୍ରମ୍‌ ୨୫ ରନ୍‌, ପରନେଲ୍‌ ୨୪ ରନ୍‌ କରିଥିବା ବେଳେ କ୍ବିଣ୍ଟନ୍‌ ଡି କକ୍ ୧ ରନ୍‌ କରି ଆଉଟ ହୋଇଥିଲେ। ସେହିପରି ରାବଡା ୭ ରନ୍‌, ନରଟିଜେ ୨ ରନ୍‌ କରିବା ସହିତ ଅପରାଜୟ ରହିଥିଲେ। ଅନ୍ୟପଟେ କ୍ୟାପଟେନ୍‌ ବଭୁମା, ରୋସଓ୍ବ, ମିଲର, ଟ୍ରିଷ୍ଟାନ୍‌ ଷ୍ଟବ୍‌ସ ଶୂନରେ ଆଉଟ୍‌ ହୋଇଥିଲେ। ଏହି ପାଳିରେ ଭାରତୀୟ ବୋଲର ଅର୍ଶଦୀପ ସିଂ ୪ଟି ଓ୍ବିକେଟ ନେଇଥିବା ବେଳେ ଦୀପକ୍‌ ଚହର ଓ ହର୍ଷଲ ପଟେଲ ୨ଟି ଲେଖାଏଁ ଏବଂ ଅକ୍ସର ପଟେଲ ୧ଟି ଓ୍ବିକେଟ ନେଇଥିଲେ।

ତେବେ ଖେଳର ଦ୍ବିତୀୟ ପାଳିରେ ଭାରତ ୧୬.୪ ଓଭରରେ ୨ଟି ଓ୍ବିକେଟ ହରାଇ ଲକ୍ଷ ହାସଲ କରିବା ସହିତ ୧୧୦ ରନ୍‌ ସଂଗ୍ରହ କରିଥିଲେ। ଏଥିରେ କେଏଲ୍‌ ରାହୁଲ ୫୧ ରନ୍‌ ସୂର୍ଯ୍ୟକୁମାର ଯାଦବ ୫୦ ରନ୍‌ କରି ଅପରାଜେୟ ସହିତ ମ୍ୟାଚ୍‌ ଜିତାଇଥିଲେ। ଅଧିନାୟକ ରୋହିତ ଶର୍ମା ଶୂନରେ ଆଉଟ ହୋଇଥିବା ବେଳେ ବିରାଟ କୋହଲି ୩ ରନ୍‌ କରି ପାଭିଲିୟନ ଫେରିଯାଇଥିଲେ। ଏଥିରେ କାଗିଜୋ ରାବଡା ଓ ଆନରିଚ୍‌ ନର୍ଟଜେ ଗୋଟିଏ ଲେଖାଏଁ ଓ୍ବିକେଟ ହାସିଲ କରିଥିଲେ। ଏଥିସହିତ ଭାରତ ୧-୦ ସହିତ ସିରିଜରେ ଆଗୁଆ ହୋଇଛି।