୨୦୨୪ ସୁଦ୍ଧା ଜର୍ମାନୀକୁ ପଛରେ ପକାଇ ଭାରତ ବିଶ୍ୱର ଚତୁର୍ଥ ସବୁଠୁ ବଡ଼ ଅର୍ଥ ବ୍ୟବସ୍ଥା ହେବ: ସିଡିଏସ

ନୂଆଦିଲ୍ଲୀ: ସିଡିଏସ ଅନିଲ ଚୌହାନ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତର ଅଗ୍ରଗତିକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ସିଡିଏସ ଚୌହାନ କହିଛନ୍ତି ଯେ, ୨୦୨୪ ସୁଦ୍ଧା ଭାରତ ଜର୍ମାନୀକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ସବୁଠୁ ବଡ଼ ଅର୍ଥ ବ୍ୟବସ୍ଥାରେ ପରିଣତ ହେବ । ବୈଶ୍ୱିକ ସ୍ତରରେ ଭାରତ ତୃତୀୟ ସବୁଠୁ ବଡ଼ ପରିସ୍ଥିତିକ ତନ୍ତ୍ର ରୂପେ ଆଗକୁ ବଢ଼ୁଛି । ଆଜି ଦେଶରେ ସରକାରୀ ସ୍ୱୀକୃତିପ୍ରାପ୍ତ ୮୪ ହଜାରରୁ ଅଧିକ ଷ୍ଟାର୍ଟଅପ୍ ରହିଛି ।

ସିଡିଏସ ଅନିଲ ଚୌହାନ ଆହୁରି କହିଛନ୍ତି ଯେ, ବୈଶ୍ୱିକ ସ୍ତରରେ ଶକ୍ତି ଏବେ କ୍ଷୁର୍ଣ୍ଣ ହେବାରେ ଲାଗିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଟ୍ରାନ୍ସ ଆଟଲାନଟିକ ଏଙ୍ଗଲୋ ସେକ୍ସନ ଭୂମି ବର୍ତ୍ତମାନ ସମୟରେ ୟୁକ୍ରେନ-ଋଷ ପରେ ନିଜ ଶକ୍ତି ସନ୍ତୁଳିତ କରିବାକୁ ଚେଷ୍ଟା କରୁଛନ୍ତି ।