Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଭାରତର ଟୋକିଓ ଅଲିମ୍ପିକ୍ ହକି କ୍ୱାଲିଫାୟର୍ସ ଆଜିଠାରୁ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଭାରତର ଟୋକିଓ ଅଲିମ୍ପିକ୍ ହକି କ୍ୱାଲିଫାୟର୍ସ ଆଜିଠାରୁ

ଭୁବନେଶ୍ୱର, ଏନ୍ଏନ୍ଏସ୍: ହକି ଖେଳରେ ଏକଦା ବିଶ୍ୱରେ ଅପ୍ରତିଦ୍ୱନ୍ଦ୍ୱୀ ଦେଶ ଭାବେ ନିଜକୁ ପ୍ରତିଷ୍ଠା କରିଥିବା ଭାରତ ଏବେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ଲାଗି ସଂଘର୍ଷ କରୁଛି। ଯାହା ଫଳରେ ବିଭିନ୍ନ ପ୍ରକାର ଯୋଗ୍ୟତା ମ୍ୟାଚରେ ଅଂଶଗ୍ରହଣ କରିବା ପରେ ଏବେ କଳିଙ୍ଗ ଷ୍ଟାଡିୟମରେ ଚୂଡାନ୍ତ ପର୍ଯ୍ୟାୟ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି। ଆଧୁନିକ ହକିର ଏକ ଶ୍ରେଷ୍ଠ ଷ୍ଟାଡିୟମ୍ ଭାବେ ବିବେଚିତ କଳିଙ୍ଗ ଷ୍ଟାଡିୟମ୍ ହକି କମ୍ପେ୍ଲକ୍ସରେ ଭାରତର ଉଭୟ ମହିଳା ଓ ପୁରୁଷ ଦଳ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇପାରିଲେ ଅଲିମ୍ପିକ୍ ହକି ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ। ପରାଜିତ ହେଲେ ଲଜ୍ଜାଜନକ ସ୍ଥିତିର ମୁକାବିଲା କରିବ। ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ଭିନ୍ନ ଭିନ୍ନ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ୨ଟି ମ୍ୟାଚରେ ଭାରତ ଅବତୀର୍ଣ୍ଣ ହେବ। ଏହା ମଧ୍ୟରୁ ମହିଳା ଦଳ ଯୁକ୍ତରାଷ୍ଟ୍ର ଆମେରିକା ସହ ଏବଂ ପୁରୁଷ ଦଳ ଦୁର୍ବଳ ରୁଷିଆ ସହ ଖେଳିବ। ଦୁଇଟି ଯାକ ଫଳାଫଳକୁ ମିଶାଇଲେ ଯେଉଁ ଦଳ ବିଜୟୀ ହେବ ସେହି ଦଳ ଟୋକିଓ ଅଲିମ୍ପିକ୍୍ ଟିକେଟ ହାସଲ କରିବ। ଅଲିମ୍ପିକସରେ ଅଧିକ ଅଭିଜ୍ଞତା ଥିବା ଆମେରିକାକୁ ହରାଇ ମାତ୍ର ତୃତୀୟଥର ଅଲିମ୍ପିକ୍ସ ହକି ଖେଳିବାକୁ ମହିଳା ଦଳ ନିକଟରେ ସୁନ୍ଦର ସୁଯୋଗ ରହିଛି। ଅନ୍ୟପକ୍ଷରେ ଦୁର୍ବଳ ରୁଷିଆକୁ କୌଣସି ସୁଯୋଗ ନ ଦେଇ ଏହି ମ୍ୟାଚ୍ ଜିତିବାକୁ ପୁରୁଷ ଦଳ ଦୃଢ ଆଶାବାଦୀ ରହିଛି। ମହିଳା ମ୍ୟାଚ୍ ସନ୍ଧ୍ୟା ୬ଟାରେ ଏବଂ ପୁରୁଷ ମୁକାବିଲା ରାତି ୮ଟାରେ ଆରମ୍ଭ ହେବ।


ଅଲିମ୍ପିକ୍ସରେ ମହିଳା ହକି ଦଳର ଭଲ ରେକର୍ଡ ନାହିଁ। ୧୯୮୦ରେ ପ୍ରଥମ ଥର ମହିଳା ହକିକୁ ଅଲିମ୍ପିକ୍ସରେ ସାମିଲ କରାଯିବା ପରେ ଭାରତ ମାତ୍ର ଦୁଇଥର ଏହି ମେଗା ଇଭେଣ୍ଟରେ ଖେଳିବା ସୁଯୋଗ ପାଇଛି। ଏବେ ଦଳ ନିକଟରେ ତୃତୀୟଥର ଯୋଗ୍ୟତା ଅର୍ଜନ କରିବାର ସୁନ୍ଦର ସୁଯୋଗ ରହିଛି। ମହିଳା ଦଳରେ ସମନ୍ୱୟ ଏବଂ ଅଭିଜ୍ଞତା ରହିଛି। ଏହାକୁ କାର୍ଯ୍ୟରେ ଲଗାଇବା ଲାଗି କୋଚଥ ଜୋଏର୍ଡ ମାରିନ୍ ଓ ଅଧିନାୟିକା ରାନୀ ରାମପାଲ ସମସ୍ତ ପ୍ରକାର ଯୋଜନା କରିଛନ୍ତି। ପ୍ରତିଦ୍ୱନ୍ଦ୍ୱୀ ଆମେରିକା ଦଳରେ ଯୁବ ଖେଳାଳିମାନେ ରହିଥିଲେ ମଧ୍ୟ ମହିଳା ହକିରେ ଏମାନେ ବେଶ୍ ପାରଙ୍ଗମ। ଏଣୁ ଏହିି ଯୁବଦଳ ତାଙ୍କଠାରୁ ର୍ୟାଙ୍କିଙ୍ଗରେ ଆଗୁଆ ରହିଥିବା ଭାରତକୁ ହରାଇବା ଲାଗି ସମସ୍ତ ପ୍ରକାର ଚେଷ୍ଟା କରିବ। ‘ଅଲିମ୍ପିକ୍ସ ବିଶ୍ୱର ଶ୍ରେଷ୍ଠ କ୍ରୀଡ଼ା ପ୍ରତିଯୋଗିତା। ଏଥିରେ ଭାଗନେବା ଲାଗି ସବୁ ଦେଶ ଆଗ୍ରହୀ ଥାଆନ୍ତି। ଭାରତ ଯେପରି ଆଗ୍ରହୀ ରହିଛି, ଠିକ୍ ସେହିପରି ଆମେରିକା ମଧ୍ୟ ଆଶାୟୀ ଅଛି। ଉଭୟଦଳ ଭଲ ପ୍ରସ୍ତୁତି କରିଛନ୍ତି ଏବଂ ଏହି ମୁକାବିଲାଦ୍ୱୟ ବେଶ ଚମତ୍କାର ହେବ’ ବୋଲି କୋଚ୍ ଜୋଏର୍ଡ ମାରିନ୍ ଆଶା ପ୍ରକାଶ କରିଛନ୍ତି।

ଏହି ମୁକାବିଲା ଲାଗି ଆମେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛୁ। କଳିଙ୍ଗ ଷ୍ଟାଡିୟମରେ ଆମେ ଖେଳିବାକୁ ବେଶ ଉତ୍ସାହିତ ଅଛୁ। ଖେଳାଳିଙ୍କ ମଧ୍ୟରେ ସମନ୍ୱୟ ବହୁତ ଭଲ ରହିଛି। ସମସ୍ତ ଫିଟ୍ ଖେଳାଳି ଦଳରେ ସ୍ଥାନ ପାଇଛନ୍ତି। ଆହତ ଯୋଗୁଁ ଓଡ଼ିଆ ଖେଳାଳି ସୁନୀତା ଲାକ୍ରାଙ୍କୁ ଦଳରେ ସ୍ଥାନ ମିଳିନାହିଁ। ଫଳରେ କିଛିଟା ଅଡୁଆ ହେବ ବୋଲି ଯାହା ଆଶା କରାଯାଉଛି, ତାହାକୁ ରାନୀ ଅସ୍ୱୀକାର କରିଛନ୍ତି। ଦଳ ଯେଉଁସବୁ ବିଭାଗରେ ଦୁର୍ବଳ ଏବଂ ଖରାପ ପ୍ରଦର୍ଶନ କରୁଛି ତାହା ଉପରେ ଆମେ ଅଧିକ ଧ୍ୟାନ ଦେଇଛୁ। ଅଧିକ ଅଭ୍ୟାସ କରିଛୁ ଏବଂ ଆମେରିକାର ଶକ୍ତିଥିବା ବିଭାଗକୁ ମଧ୍ୟ ଆମେ ଗୁରୁତ୍ୱ ଦେଇ ପ୍ରସ୍ତୁତି କରିଛୁ। ଏଥିରେ ଆମେ ବିଶେଷ ଅସୁବିଧାର ସମ୍ମୁଖୀନ ହେବୁ ନାହିଁ। ତଥାପି ଆମେରିକାକୁ ଆମେ ହାଲକା ଭାବେ ନେଉନାହୁଁ। କୌଣସି ମୁହୂର୍ତ୍ତରେ ମଧ୍ୟ ହାଲକା ଖେଳ ପ୍ରଦର୍ଶନ କରିବୁ ନାହିଁ। ମ୍ୟାଚ୍ ଶେଷଯାଏ ଲଢେଇ କରିବୁ ବୋଲି ରାନୀ କହିଛନ୍ତି।

ପୁରୁଷଙ୍କ ଲାଗି ସହଜ
ଅଲିମ୍ପିକ୍ ହକି କ୍ୱାଲିଫାୟର୍ସ ପରି ମୁକାବିଲାରେ କୌଣସି ଦଳକୁ ହେୟ ମନେକରିହେବ ନାହିଁ। ଏହି ମୁକାବିଲା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି ଅର୍ଥ ଦଳ ନିକଟରେ ଦମ୍ ରହିଛି। ଏଣୁ ବିଶ୍ୱ ହକିରେ ଆମ ପ୍ରତିଦ୍ୱନ୍ଦ୍ୱୀ ରୁଷର ଦମ୍ ଯାହା ଥାଉନା କାହିଁକି ଆମେ ଏହକି ଦଳକୁ ଆଦୌ ହାଲକା ଭାବେ ନେଉନାହୁଁ ଏବଂ ଶେଷ ସେକେଣ୍ଡ ଯାଏ ଗୋଲ ଦେବାକୁ ଚେଷ୍ଟା କରିବୁ ବୋଲି ପୁରୁଷ ଦଳର ଅଧିନାୟକ ମନପ୍ରୀତ୍ ସିହ କହିଛନ୍ତି। ଗ୍ରାହାମ୍ ରିଡ୍ଙ୍କ ତତ୍ତ୍ୱାବଧାନରେ ଦଳ ଏହି ୨ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଲାଗି ଜୋରଦାର ପ୍ରସ୍ତୁତି କରିଛି। କଳିଙ୍ଗ ଷ୍ଟାଡିୟମରେ କ୍ୟାମ୍ପ କରିଛି। ବେଲଜିୟମ ଓ ସ୍ପେନ ବିପକ୍ଷରେ ଖେଳି ଅଭିଜ୍ଞତା ଓ ଆତ୍ମବିଶ୍ୱାସ ହାସଲ କରିଛି। ବିଶ୍ୱ ର୍ୟାଙ୍କିଙ୍ଗରେ ମଧ୍ୟ ଘରୋଇ ଦଳ ବହୁ ଆଗରେ ରହିଛି। ଭାରତର ସ୍ଥାନ ୫ ହୋଇଥିଲାବେଳେ ରୁଷ ୨୨ ତମ ସ୍ଥାନରେ ରହିଛି। ଏଠାରେ ନିକଟରେ ଅନୁଷ୍ଠିତ ହକି କ୍ୱାଲିଫାୟର୍ସ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଭାରତଠାରୁ ରୁଷିଆ ୧୦-୦ ଗୋଲରେ ପରାଜୟ ବରଣ କରିଛି। ଏହା ସତ୍ତେ୍ୱ ଭାରତ ମ୍ୟାଚ୍ ଜିତିବ ବୋଲି ଅଧିନାୟକ ଓ କୋଚ୍ କହୁନାହାନ୍ତି। ‘ମ୍ୟାଚ୍ ଜିତିବା ଲାଗି ଆମେ ସମସ୍ତ ପ୍ରସ୍ତୁତି କରିଛୁ। ଏହି ମୁକାବିଲାରେ ସବୁକିଛି ହୋଇପାରେ। ପାକିସ୍ତାନ ଓ ଫ୍ରାନ୍ସ ପରି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ତାହା କରି ଦେଖାଇଛନ୍ତି। ଏଣୁ କୌଣସି ପ୍ରତିଦ୍ୱନ୍ଦ୍ୱୀଙ୍କୁ ଏହି ସ୍ତରର ଖେଳରେ ହରାଇବା ବୋଲି କହିବା ଭୁଲ ହୋଇଯିବ ବୋଲି କୋଚ୍ ଗ୍ରାହାମ ରିଡ୍ କହନ୍ତି। ଦଳରେ ଶେଷ ମୁହୂର୍ତ୍ତରେ ଅଭିଜ୍ଞ ବୀରେନ୍ଦ୍ର ଲାକ୍ରାଙ୍କୁ ସାମିଲ କରାଯାଇଛି। ଆହତ ବରୁଣ କୁମାରଙ୍କ ସ୍ଥାନ ସେ ସହଜରେ ପୂରଣ କରିପାରିବେ ବୋଲି ରିଡ୍ ଆଶା ପ୍ରକାଶ କରିଛନ୍ତି। ଏଣୁ ଭାରତ ଏହି ମ୍ୟାଚ ଦ୍ୱୟରେ ସହଜରେ ବିଜୟ ହାସଲ କରି ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିବ ବୋଲି କୁହାଯାଉଥିଲେ ମଧ୍ୟ ମ୍ୟାଚ୍ ପରେ ସବୁକିଛି ଜଣାପଡ଼ିବ।

ଶୁକ୍ରବାର ମୁକାବିଲା
ମହିଳା ଭାରତ-ଆମେରିକା ସନ୍ଧ୍ୟା ୬ଟା
ପୁରୁଷ ଭାରତ-ରୁଷିଆ ରାତି ୮ଟା
ପ୍ରସାରଣ ଷ୍ଟାର ସ୍ପୋର୍ଟ୍ସ ଷ୍ଟାରସ୍ପୋର୍ଟ୍ସ ଏଚଡି

ମହିଳା ଜର୍ସି ନଂ- ଓ ନାମ
ଭାରତ: ୧-ନଭଜ୍ୟୋତ୍ କୌର, ୨-ଗୁରଜିତ୍ କୌର, ୩-ଦୀପଗ୍ରେସ୍ ଏକ୍କା, ୪-ମୋନିକା, ୬-ରୀନା ଖୋଖର, ୭-ଶର୍ମିଳା ଦେବୀ, ୮-ନିକ୍କି ପ୍ରଧାନ, ୧୧-ସବିତା (ଗୋଲକିପର), ୧୩-ରଜନୀ ଏଟିମାରାପୁ (ଗୋଲକିପର), ୧୬-ବନ୍ଦନା କଟରିଆ, ୧୯-ନମିତା ଟପ୍ପୋ, ୨୦-ଲାଲରେମସିଆମି, ୨୫-ନଭନୀତ କୌର, ୨୭-ସୁଶୀଳା, ୨୮-ରାନୀ ରାମପାଲ (ଅଧିନାୟିକା), ୩୦-ସଲିମା ଟେଟେ, ୩୧-ଲିଲିମା ମିଞ୍ଜ୍, ୩୨-ନେହା ଗୋୟଲ। ହେଡ୍ କୋଚ୍: ଜୋଏର୍ଡ ମାରିନ୍।
ଆମେରିକା: ୧-ଏରିନ୍ ମାଟସନ, ୨-ଲୋରେନ୍ ମୋୟେର,୪-ଡାନିଏଲେ ଗ୍ରେଗା, ୫-କାସେ ଉମଷ୍ଟେଡ୍, ୬-ଭର୍ଜିନିଆ ବ୍ରାମ୍ଲେ, ୮-ଆଲିସା ପାର୍କର, ୧୨-ଆମାଣ୍ଡା ମାଗାଡାନ୍, ୧୩-ଆଶ୍ଲେ ହଫ୍ମ୍ୟାନ୍, ୧୪-ଜୁଲିଆ ୟଙ୍ଗ୍, ୧୬-ଲିନିଆ ଗୋଞ୍ଜାଲେଜ୍, ୧୭-ଆନ୍ନା ଡେସୋୟେ, ୨୦-ଅଲ୍ଲୀ ଫ୍ରୋଏଡେ, ୨୪-ଖଲୀନ୍ ସାର୍କି, ୨୬-ମାର୍ଗାଉକ୍ସ ପାଓଲିନୋ, ୨୮-କାଇଟଲିନ୍ ଭାନ୍ ସିକଲ, ୨୯-ଆଲିସା ମାନଲେ, ୩୦-କିଲସି ରୋବଲ୍ସ, ୩୧-କେଲସି ବିଙ୍ଗ୍। ହେଡ୍ କୋଚ୍-ଜାନେକେ୍ ସ୍କପମ୍ୟାନ୍।
ପୁରୁଷ ଜର୍ସିଂ ନଂ ଓ ନାମ
ଭାରତ: ୩-ରୂପିନ୍ଦର ସିଂ, ୬-ସୁରେନ୍ଦର କୁମାର, ୭-ମନପ୍ରୀତ୍ ସିଂ (ଅଧିନାୟକ), ୮-ହାର୍ଦ୍ଦିକ ସିଂ, ୧୦-ସିମରନଜିତ୍ ସିଂ, ୧୧-ମନ୍ଦୀପ୍ ସିଂ, ୧୨-କ୍ରିଷନ ପାଠକ (ଗୋଲକିପର), ୧୩-ହରମନପ୍ରୀତ୍ ସିଂ, ୧୪-ଲଳିତ ଉପାଧ୍ୟାୟ, ୧୬- ପାରାଟୁ ଶ୍ରୀଜେଶ (ଗୋଲକିପର), ୧୮-ନୀଳକାନ୍ତ ଶର୍ମା, ୨୩-ଗୁରିନ୍ଦର ସିଂ, ୨୪-ଏସ. ସୁନୀଲ, ୨୬-ବୀରେନ୍ଦ୍ର ଲାକ୍ରା, ୨୭-ଆକାଶଦୀପ ସିଂ, ୩୦-ଅମିତ ରୋହିଦାସ୍, ୩୧-ରମଣଦୀପ ସିଂ, ୩୨-ବିବେକ ପ୍ରସାଦ।
ହେଡ୍ କୋଚ୍-ଗ୍ରାହାମ୍ ରିଡ୍।
ରୁଷିଆ: ୧-ଇଭାନ ଓଝେରଲେଭ୍ (ଗୋଲକିପର), ୩-ଡେନିସ୍ ଶ୍ଚିପାଚେଭ୍ (ଅଧିନାୟକ), ୫-ମିଖାଇଲ ପ୍ରୋସ୍କୁରିଆକୋଭ୍, ୭-ଡେନିସ୍ ଷ୍ଟାରିଏଙ୍କୋ, ୮-ଜିଓର୍ଜି ଆରୁସିଆ, ୯-ସେମେନ ମାଟକୋଭସ୍କି, ୧୦-ଡିମତ୍ରି ଝେଲେଞ୍ଜନ୍ୟାକୋଭ୍, ୧୧-ଆଲେକଜାଣ୍ଡର ସ୍କିପରସ୍କି, ୧୨-ଇଭଗେନି ଆର୍ଟେମୋଭ୍, ୧୪-ମାରାତ୍ ଖାଇରୁଲିନ୍, ୧୫-ପାଭେଲ ଗୋଲୁବେଭ୍, ୧୬-ସର୍ଗେ ଲେପେଶକିନ୍, ୧୭-ଆନ୍ଦ୍ରେ କୁରାଏଭ୍, ୧୯-ଲାରୋସ୍ଲାଭ୍ ଲୋଗିନୋଭ୍, ୨୦-ଆର୍ଟେମ ନାଦିରଶିନ୍, ୨୨-ମାରାତ୍ ଗାଫାରୋଭ୍ (ଗୋଲକିପର), ୨୪-ଆର୍ଟେମ ବୋରିସୋଭ୍, ୨୫-ଆଲେକ୍ସି ସୋବୋଲେଭସ୍କି।
କୋଚ୍-ଭ୍ଲାଦିମିର କୋନକିନ୍।