ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଭାରତର କଡ଼ା ଜବାବ

ନୂଆଦିଲ୍ଲୀ,ଏଜେନ୍ସି: ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ଗତକାଲି ଭାରତର ୩ ଜଣ ଯବାନ ସହିଦ ହେବା ସହ ତିନି ଜଣ ନାଗରିକ ମଧ୍ୟ ନିହତ ହୋଇଥିଲେ। ତେବେ ଏହାର କଡ଼ା ଜବାବ ଦେଇଛନ୍ତି ଭାରତୀୟ ସେନା। ଭାରତୀୟ ସେନା ପାକିସ୍ତାନର ଆର୍ମସ୍ ଡିପୋ ଉପରେ ବୋମା ମାଡ଼ କରି ନଷ୍ଟ କରି ଦେଇଛି। ଏଥିରେ ପାକିସ୍ତାନର ମୋଟ୍ ୧୧ ସେନା ନିହତ ହୋଇଥିବା ବେଳେ ୧୬ ଜଣ ସେନା ଗୁରୁତର ଆହତ ହୋଇଛନ୍ତି।

ନିହତ ପାକିସ୍ତାନୀ ସେନାଙ୍କ ତାଲିକାରେ ୨-୩ ପାକିସ୍ତାନୀ ଆର୍ମି ସ୍ପେଶାଲ ସର୍ଭିସେସ୍ ଗ୍ରୁପର କମାଣ୍ଡୋ ରହିଛି। ସେହିପରି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେବାକୁ ଯାଇ ୩ ଯବାନ ସହିଦ ହୋଇଥିବା ବେଳେ ୪ ସାଧାରଣ ଲୋକଙ୍କର ମଧ୍ୟ ମୃତ୍ୟୁ ଘଟିଛି।