ଜିମ୍ବାୱେ ବିପକ୍ଷ ସିରିଜ ପାଇଁ ଭାରତୀୟ ଟିମ୍: ପୁଣି କୋହଲି ବାଦ୍, ଫେରିଲେ ଚହର

ନୂଆଦିଲ୍ଲୀ,ଏଜେନ୍ସି: ଜିମ୍ବାୱେ ବିପକ୍ଷ ତିନି ଟିକିଆ ଦିନିକିଆ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା । ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଧିନାୟକ ଭାର ସମ୍ଭାଳି ଥିବା ଶିଖର ଧୱନଙ୍କୁ ପୁଣି ଦାୟିତ୍ବ ଦେଇଛି ବିସିସିଆଇ । ବିରାଟ କୋହଲିଙ୍କୁ ପୁଣିଥରେ ବାଦ୍ ଦିଆଯାଇ ଥିବାବେଳେ ୬ ମାସ ପରେ ଦଳକୁ ଫେରିଛନ୍ତି ଦୀପକ ଚହର ।

ସେହିପରି ରବୀନ୍ଦ୍ର ଜାଡେଜା ଏବଂ ୟୁଜବେନ୍ଦର ଚହଲ ମଧ୍ୟ ଜିମ୍ବାୱେ ବିପକ୍ଷ ସିରିଜରେ ନଜର ଆସିବେନି । କୁଲଦୀପ ଯାଦବ ଓ ୱାଶିଂଟନ ସୁନ୍ଦରଙ୍କୁ ମିଳିଛି ସୁଯୋଗ । ନୂଆ ଚେହେରା ଭାବେ ରାହୁଲ ତ୍ରିପାଠୀଙ୍କୁ ଜିମ୍ବାୱେ ବିପକ୍ଷ ସ୍କ୍ୱାଡରେ ସାମିଲ କରାଯାଇଛି । ସେପଟେ ସଞ୍ଜୁ ସାମସନ ଏବଂ ଇଶାନ କିଶାନ ୱିକେଟ କିପର ଭାବେ ୧୫ ଜଣିଆ ତାଲିକାରେ ସ୍ଥାନ ପାଇଛନ୍ତି ।

ଏମାନଙ୍କ ବ୍ୟତୀତ ଋତୁରାଜ ଗାଏକ୍ବାଡ, ଶୁବମନ ଗିଲ, ଦୀପକ ହୁଡ୍ଡା, ରାହୁଲ ତ୍ରିପାଠୀ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ଅକ୍ଷର ପଟେଲ, ଅଭେଶ ଖାନ, ପ୍ରଶିଦ୍ଧ କ୍ରିଷ୍ଣା ଏବଂ ମହମ୍ମଦ ଶିରାଜଙ୍କ ନାମ ରହିଛି ।