Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଟପ୍ ୧୦୦ ବିଶ୍ଵବିଦ୍ୟାଳୟରେ ଓଡ଼ିଶାର ୪ ଅନୁଷ୍ଠାନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଟପ୍ ୧୦୦ ବିଶ୍ଵବିଦ୍ୟାଳୟରେ ଓଡ଼ିଶାର ୪ ଅନୁଷ୍ଠାନ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରକାଶ ପାଇଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ଵାରା ପ୍ରସ୍ତୁତ ଜାତୀୟ ଅନୁଷ୍ଠାନ ରାଙ୍କିଙ୍ଗ ଫ୍ରେମୱାର୍କ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଙ୍କ୍ ର ଉନ୍ମୋଚନ କରିଛନ୍ତି। ମ୍ୟାନେଜମେଣ୍ଟ କଲେଜ ଠାରୁ ଆରମ୍ଭ କରି ଆଇଆଇଟି, ଫାର୍ମାସି, ଡେଣ୍ଟାଲ ପର୍ଯ୍ୟନ୍ତ ସମସ୍ତଙ୍କର ରାଙ୍କ ଘୋଷଣା ହୋଇଥିଲା। ଓଭରଅଲ ଟପ୍ ୧୦୦ ବିଶ୍ଵବିଦ୍ୟାଳୟରେ ଓଡ଼ିଶାର ୪ ଅନୁଷ୍ଠାନ।

SOA ୩୦ରେ ଥିବାବେଳେ, NIT ରାଉରକେଲା ୩୯ ଆଇଆଇଟି ଭୁବନେଶ୍ଵର ୬୫ରେ ରହିଛି। ସେହିପରି ଟପ୍ ୧୦୦ ବିଶ୍ଵବିଦ୍ୟାଳୟରେ SOA ଟପ୍ ୧୬ରେ ଥିବାବେଳେ, KIIT ୨୦, ଉତ୍କଳ ବିଶ୍ଵବିଦ୍ୟାଳୟ ୮୮ ନମ୍ବରେ ରହିଛି।

ଟପ୍‌ ୫୦ ରିସର୍ଚ୍ଚ ଅନୁଷ୍ଠାନରେ SOA ୪, IIT ଭୁବନେଶ୍ଵର ୩୭, KIIT ୪୭ରେ ରହିଛି। ଶ୍ରେଷ୍ଠ ୨୦୦ ଇଞ୍ଜିନିୟରିଂରେ SOA ୨୭, ଆଇଆଇଟି ଭୁବନେଶ୍ଵର ୩୬, କିଟ୍ ୪୨, ସିଭିରମଣ ୯୮, ବୀର ସୁରେନ୍ଦ୍ର ସାଏ ୧୧୧, ସିଲିକନ ଇନଷ୍ଟିଚ୍ୟୁଟ ୧୬୧ରେ ରହିଛି। ସେହିପରି ଶ୍ରେଷ୍ଠ ୧୦୦ ମ୍ୟାନେଜମ୍ୟାଣ୍ଟ ଇନଷ୍ଟିଚ୍ୟୁଟରେ ଜାଭିଅର ବିଶ୍ବବିଦ୍ୟାଳୟ ୩୫, KIIT ୪୮, IMI ୭୦ରେ ରହିଛି।

ଟପ୍‌ ୫୦ ମେଡ଼ିକାଲ କଲେଜରେ SOA ୧୮, ଭୁବନେଶ୍ଵର ଏମ୍ସ ୨୬, କିଟ୍ ୩୦, କଟକ ଏସ୍‌ସିବି ମେଡ଼ିକାଲ କଲେଜ ୪୪ରେ ରହିଛି। ଟପ୍ ୪୦ ଡେଣ୍ଟାଲ ଇନଷ୍ଟିଚ୍ୟୁଟରେ ସୋଆ ୧୦ରେ ରହିଥିବା ବେଳେ କିଟ୍ ୨୬ରେ ରହିଛି। ସେହିପରି ଟପ୍ ୩୦ ଲ’ ବିଶ୍ଵବିଦ୍ୟାଳୟରେ ସୋଆ ୯ ନମ୍ଵରରେ ରହିଥିବା ବେଳେ, କିଟ୍ ୧୧ ଏବଂ ଜାତୀୟ ଆଇନ ବିଶ୍ଵବିଦ୍ୟାଳୟ ୨୫ ନମ୍ଵରରେ ରହିଛି।