ଏଲଓସିରେ ଶାନ୍ତି ବଜାୟ ରଖିବା ପାଇଁ ଭାରତ-ପାକିସ୍ତାନ ମଧ୍ୟରେ ଚୁକ୍ତି

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ଏଲଓସିରେ ଅସ୍ତ୍ରବିରତି ଚୁକ୍ତିକୁ ପାଳନ କରିବା ଲାଗି ପ୍ରସ୍ତୁତ ହୋଇଯାଇଛନ୍ତି। ଅସ୍ତ୍ରବିରତି ଲାଗି ନୂଆ ଚୁକ୍ତି ପ୍ରସ୍ତୁତ ହୋଇଛି। ଗତକାଲି ଉଭୟ ଦେଶର ଡାଇରେକ୍ଟର ଜେନେରାଲ ମିଲିଟ୍ରି ଅପରେସନ(ଡିଜିଏମଓ)ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ଯେଉଁଥିରେ ଅସ୍ତ୍ରବିରତିକୁ ନେଇ ନୂଆ ସହମତି ହୋଇଥିବା ଜଣାପଡ଼ିଛି। ଉଭୟ ଦେଶ କହିଛନ୍ତି ଯେ, ଅସ୍ତ୍ରବିରତି ଚୁକ୍ତି ଦୃଢ଼ ଭାବେ ଲାଗୁ ହେବ ଏବଂ ଉଭୟ ଦେଶ ଏହାକୁ ମାନିବେ ।

ସୂଚନାଯୋଗ୍ୟ, ୨୦୦୩ ମସିହାରେ ଭାରତ ଓ ପାକିସ୍ତାପନ ମଧ୍ୟରେ ଅସ୍ତ୍ରବିରତିକୁ ନେଇ ଚୁକ୍ତି ହୋଇଥିଲା। କିନ୍ତୁ ଅନେକ ବର୍ଷ ହେବ ଏହାକୁ ପାଳନ କରାଯାଇ ନାହିଁ।