ତେଲ ଦର ବୃଦ୍ଧି ପ୍ରତିବାଦରେ ମମତାଙ୍କ ଇ-ସ୍କୁଟର ରାଲି

କୋଲକାତା,ଏଜେନ୍ସି: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧିକୁ ପ୍ରତିବାଦ କରି ଆଜି ପଶ୍ଚିମ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇ-ସ୍କୁଟରରେ ବସି ରାଲି କରିଛନ୍ତି। ତୈଳ ଦର ବୃଦ୍ଧିକୁ ବିରୋଧ କରି ମମତା ଇ-ସ୍କୁଟରରେ ବସି ଯିବା ସହ ତାଙ୍କ ବେକରେ ମୁଦ୍ରାସ୍ଫୀତିର ପୋଷ୍ଟର ଟଙ୍ଗିଛନ୍ତି।

ସୂଚନା ଅନୁସାରେ ତୈଳ ଦର ବୃଦ୍ଧିକୁ ବିରୋଧ କରି ଆଜି ହରିଶ ଚାଟାର୍ଜୀ ଛକଠାରୁ ଆରମ୍ଭ କରି ରାଜ୍ୟ ସଚିବାଳୟ ନବାନା ପର୍ଯ୍ୟନ୍ତ ତୃଣମୂଳ କଂଗ୍ରେସର ଏକ ଇ-ବାଇକ୍ ରାଲି ହୋଇଛି। ଏଥିରେ ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇ-ସ୍କୁଟରରେ ବସି ରାଲି କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି କି କେନ୍ଦ୍ର ସରକାରଙ୍କ ଭୁଲ ନୀତି ଯୋଗୁଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଉଛି, ଏହା ଜନସାଧାରଣଙ୍କ ସହ ଏକ ପ୍ରତାରଣା।

ଆପଣଙ୍କୁ କହିରଖୁଛୁ ଯେ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟକୁ ନେଇ ଅସନ୍ତୋଷ ଦେଖାଦେଇଛି। ଅନେକ ରାଜ୍ୟରେ ପେଟ୍ରୋଲ ମୂଲ୍ୟ ୧୦୦ ଅତିକ୍ରମ କରିଛି। ଏହି ସମୟରେ ପଶ୍ଚିମବଙ୍ଗରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରାଯାଇଛି। ମମତା ସରକାର ଉଭୟ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୧ ଟଙ୍କା ହ୍ରାସ କରିଛନ୍ତି।