ସେମିରେ ୨-୧ରେ ହାରିଲା ଭାରତ

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ୍ ଟୋକିଓ ଅଲମ୍ପିକ୍ସର ସେମିଫାଇନାଲରେ ଆର୍ଜେଣ୍ଟିନାଠାରୁ ୨-୧ରେ ପରାଜିତ ହୋଇଛି। ଫଳରେ ଭାରତର ସ୍ୱର୍ଣ୍ଣ ସ୍ୱପ୍ନ ଅଧା ରହିଯାଇଛି। ସେମିଫାଇନାଲରେ ହାରିଥିବାରୁ ଭାରତ ଏବେ ବ୍ରୋଞ୍ଜ ପଦକ ପାଇଁ ଗ୍ରେଟ ବ୍ରିଟେନ ସହ ମୁକାବିଲା କରିବ।

ସୂଚନାଯୋଗ୍ୟ, ଅଲମ୍ପିକରେ ପ୍ରଥମଥର ପାଇଁ ସେମିଫାଇନାଲରେ ପହଂଚି ଭାରତୀୟ ଦଳ ଇତିହାସ ରଚିଛି। ଆଜିର ମ୍ୟାଚର ପ୍ରଥମ ୨ ମିନିଟରେ ଗୁରଜୀତ କୌର ଗୋଲ କରିବାରେ ସଫଳ ହୋଇଥିଲେ। କିନ୍ତୁ ଏହାପରେ ଆର୍ଜେଣ୍ଟିନା ଟିମ୍ ୨ଟି ଗୋଲ କରି ଭାରତକୁ ହରାଇ ଫାଇନାଲରେ ପ୍ରବେଶ କରିଛି।