ହକି ଫାଇନାଲରେ ଭାରତ

ନୂଆଦିଲ୍ଲୀ: ଏସିଆନ ଗେମ୍ସ ୨୦୨୩ରେ ଭାରତୀୟ ହକି ଟିମ୍ ଜବରଦସ୍ତ ପ୍ରଦର୍ଶନ କରି ଫାଇନାଲ ଟିକେଟ ହାସଲ କରିବାରେ ସଫଳ ହୋଇଛି । କୋରିଆକୁ ସେମିଫାଇନାଲ ମୁକାବିଲାରେ ଭାରତ ୫-୩ରେ ହରାଇଛି । ପ୍ରାରମ୍ଭରୁ ମ୍ୟାଚ ସରିବା ପର୍ଯ୍ୟନ୍ତ ଭାରତୀୟ ଟିମ୍ ଆଗୁଆ ରହିଥିଲା । ଭାରତ ଏବେ ସ୍ୱର୍ଣ୍ଣ ପଦକଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛି ।