ପାକିସ୍ତାନକୁ ୩୫୭ ରନର ଟାର୍ଗେଟ ଦେଲା ଭାରତ

ନୂଆଦିଲ୍ଲୀ: ଏସିଆ କପର ସୁପର ୪ ମ୍ୟାଚର ରିଜର୍ଭ ଡେ’ରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି । ଗତକାଲି ୨୪.୧ ଓଭରରେ ଭାରତ ୧୪୭ ରନ୍ ହାସଲ କରିଥିଲା । ଆଜି ସେହିଠୁ ଖେଳ ଆରମ୍ଭ କରି ବିରାଟ କୋହଲୀ ଓ କେଏଲ ରାହୁଲ ଧୂଆଁଦାର ବ୍ୟାଟିଂ କରିଛନ୍ତି । ୫୦ ଓଭରରେ ୨ଟି ୱିକେଟ ହରାଇ ଭାରତ ୩୫୬ ରନ୍ ହାସଲ କରିଛି । ବିରାଟ କୋହଲୀ ୯୪ ବଲରେ ୧୨୨ ରନ୍ ହାସଲ କରିଥିବାବେଳେ ଏହି ପାଳିରେ ୯ ଚୌକା ଓ ୩ ଛକ୍କା ସାମିଲ ଥିଲା । ସେହିପରି କେଏଲ ରାହୁଲ ମଧ୍ୟ ୧୦୬ ବଲରେ ୧୧୧ ରନ୍ କରିବାରେ ସଫଳ ହୋଇଛନ୍ତି । ପାକିସ୍ତାନ ତରଫରୁ ସାଦାବ ଓ ସାହିନ ଆଫ୍ରିଦି ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।