ଭାରତକୁ ମିଳିଲା ଚତୁର୍ଥ ଭ୍ୟାକ୍ସିନ

ନୂଆଦିଲ୍ଲୀ: ଭାରତକୁ ଖୁବଶୀଘ୍ର ଆଉ ଏକ ଭ୍ୟାକ୍ସିନ ମିଳିବାକୁ ଯାଉଛି। ମୋଡର୍ଣ୍ଣା ଭ୍ୟାକ୍ସିନର ଜରୁରୀକାଳୀନ ଉପଯୋଗ ପାଇଁ ସିପଲା ତରଫରୁ କରାଯାଇଥିବା ଆବେଦନକୁ ଡିସିଜିଆଇ ଅନୁମତି ପ୍ରଦାନ କରିଛି। କୋଭିସିଲ୍ଡ, କୋଭାକ୍ସିନ, ସ୍ପୁଟନିକ-ଭି ପରେ ମୋଡର୍ଣ୍ଣା ଭାରତର ଚତୁର୍ଥ ଭ୍ୟାକ୍ସିନ ହେବାକୁ ଯାଉଛି।

ବିଶେଷ ସୂତ୍ରରୁ ଜଣାପଡ଼ିଛି କି, ଡିସିଜିଆଇ ଡ୍ରଗ୍ସ ଏଣ୍ଡ କସମେଟିକ୍ସ ଆକ୍ଟ ୧୯୪୦ ଅନ୍ତର୍ଗତ ନୂତନ ଔଷଧ ଓ କ୍ଲିନିକାଲ ଟ୍ରାଏଲ ଏବଂ ୨୦୧୯ ପ୍ରାବଧାନ ମୁତାବକ ଜରୁରୀକାଳୀନ ଉପଯୋଗ ଲାଗି ମୋଡର୍ଣ୍ଣାର ଆମଦାନୀକୁ ଅନୁମତି ପ୍ରଦାନ କରିଛି।

ସୂଚନାଯୋଗ୍ୟ, ମୋଡର୍ଣ୍ଣା ଭ୍ୟାକ୍ସିନର ଆମଦାନୀକୁ ନେଇ ସିପଲା ଗତକାଲି ଡିସିଜିଆଇ ନିକଟରେ ଆବେଦନ କରିଥିଲା। ମୋଡର୍ଣ୍ଣା ୯୪.୧ ପ୍ରତିଶତ ଫଳପ୍ରଦ ହେଉଥିବା ନେଇ ଡବ୍ଲ୍ୟୁଏଚଓ ଆକଳନ କରିଛି।